csstore

ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ବିଜେଡିର ମହିଳା ସମାବେଶ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ଜିପି ଝିଙ୍କିପଡା ଗ୍ରାମଠାରେ ଅବାହିକା ବଲାଙ୍ଗିର ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟାକ୍ଷା ନିରୁପମା ମାଝୀଙ୍କ ଆହ୍ୱାନ କ୍ରମେ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ବିଜେଡିର ମହିଳା ସମାବେଶ ହୋଇଥିଲା । ଉକ୍ତ ମହିଳା ସମାବେଶରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ବିଶେଷଜ୍ଞ ସଦସ୍ୟ ଡବ୍ଲୁଓଡିସି ହଂସରାଜ ଜୈନ । ସେ ସମାଜରେ ମହିଳାମାନଙ୍କ ଭୂମିକା ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଉମାକାନ୍ତ ସାହୁ, ଉଦ୍ଧବ ବେହେରା, ଆଶାତୁଲ୍ଲା ଖାଁ ଓ ଜିଲ୍ଲା ପରିଷଦ ଉପାଧ୍ୟାକ୍ଷା ମିଥିଲା ମାଝୀ ଉପସ୍ଥିତ ଥିଲେ । ଅନ୍ୟତମ ମଂଚାସୀନ ଅତିଥିମାନଙ୍କ ମଧ୍ୟରେ ବିଜେଡି ଯୁବନେତା ଗିରିରାଜ ସିଂ ମାଝୀ, ପିଙ୍କି ଖର୍ସେଲ, ସୁନ୍ଦରମତୀ ବାଗ, ଓମ୍ ପ୍ରକାଶ ଅଗ୍ରୱାଲ, ଦେବାର ବାରିକ, ଅରୁଣ ସିଂହଦେଓ, କାର୍ତ୍ତିକ ସାହୁ, ତପନ ଦୀପ, ପିଣ୍ଟୁ ଦୀପ, ବରୁଣ ଲୁହାଙ୍କ ସହିତ ବହୁ ସ୍ୱୟଂ ସହାୟିକା ଦଳ, ମହିଳାନେତ୍ରୀ ଓ ଜନସାଧାରଣ ଯୋଗଦାନ କରି ମହିଳା ସମାବେଶକୁ ସଫଳ ମଣ୍ଡିତ କରିଥିଲେ ।

jayashree
Leave A Reply

Your email address will not be published.