pakka

ମହିଳାମାନଙ୍କର ତ୍ୟାଗ, ସେବା ଓ ବଳିଦାନକୁ ସମ୍ମାନ ଜଣାଇ କ୍ରାନ୍ତି ପାଳନ କଲା ଆନ୍ତର୍ଜାତୀୟ ମହିଳା ଦିବସ

bbehera

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ମହିଳାମାନଙ୍କର ତ୍ୟାଗ, ସେବା ଓ ବଳିଦାନର ଦିବସ । ମହିଳାଙ୍କୁ ସମ୍ମାନ ଜଣାଇ ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖକୁ ଆନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଇଥାଏ । ସମଗ୍ର ବିଶ୍ୱରେ ମହିଳାମାନଙ୍କର ଜୀବନରେ ସୁଧାର ଆଣିବା ପାଇଁ ଓ ସେମାନଙ୍କ ପ୍ରତି ବିଷୟକୁ ନେଇ ସଚେତନ ସୃଷ୍ଟି କରିବା ସହ ସମସ୍ତ ମହିଳାଙ୍କ ମୁହଁରେ ହସ ଫୁଟାଇବା ପାଇଁ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ କ୍ରାନ୍ତି ବ୍ରହ୍ମପୁର ଓ ସରକାରୀ ଆଇ.ଟି.ଆଇ. ମିଳିତ ସହଯୋଗରେ ଆନ୍ତର୍ଜାତୀୟ ମହିଳା ଦିବସ ମହା ଆଡ଼ମ୍ବରେ ପାଳିତ ହୋଇଯାଇଛି । ବ୍ରହ୍ମପୁର ସରକାରୀ ଆଇ.ଟି.ଆଇ. ଛାତ୍ରୀ ନିବାସଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମହିଳା ଦିବସରେ ସମସ୍ତ ଅତିଥିମାନଙ୍କ ଗହଣରେ ଜଗତରନାଥ ଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରାଯାଇଥିଲା । ମୁଖ୍ୟଅତିଥି ରୂପେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗ ଅବସରପ୍ରାପ୍ତ ପ୍ରଫେସର ଡ. ସନ୍ଧ୍ୟାରାଣୀ ଦାସ ଯୋଗଦେଇ ଥିବାବେଳେ, ସମ୍ମାନୀତ ଅତିଥି ରୂପେ ଏମ୍‌.କେ.ସି.ଜି. ମେଡିକାଲ କଲେଜ ଓ ହସପିଟାଲ ଚକ୍ଷୁ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡା. ସୁଜାତା ପାଢ଼ୀ ଓ ଟାଟା ପାୱାରର ଭିଜିଲାନ୍ସ ବିଭାଗ ଏକ୍‌ଜିକ୍ୟୁଟିଭ୍‌ ଇଂଜିନିୟର ଇଂ ସସ୍ମିତା ବିଶ୍ୱାଳ ପ୍ରମୁଖ ଯୋଗଦେଇ ମହିଳା ଦିବସର ଉଦ୍ଦେଶ୍ୟ ଓ ଆବଶ୍ୟକତା ସମ୍ପର୍କରେ ଉପସ୍ଥିତ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ସମସ୍ତ ମହିଳାଙ୍କୁ ସ୍ୱାଭିମାନୀ ହେବାକୁ ଗୁରୁତ୍ୱ ଦେବା ସହ ନିଷ୍ଠାପର ଉପଯୋଗ ଓ କାର୍ଯ୍ୟକାରିତା ଉପରେ ନିଜର ମତାମତ ରଖିଥିଲେ । କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଦେବାନନ୍ଦ ଦାଶ ଅଧ୍ୟକ୍ଷତା କରି ତାଙ୍କ ବକ୍ତବ୍ୟରେ କହିଥିଲେ ଆଜିର ଆନ୍ତର୍ଜାତୀୟ ମହିଳା ଦିବସରେ ନାରୀକୁ ସମ୍ମାନ ଦେଇ ବିଶ୍ୱର ମଙ୍ଗଳ କରିବାକୁ ଚେଷ୍ଟା କରିବା । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ଆଇ.ଟି.ଆଇ. ଛାତ୍ରୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା । କ୍ରାନ୍ତି ଅନୁଷ୍ଠାନର କୁନି କଳାକାର ସହ ମହିଳା ସଦସ୍ୟ ଓ ଅତିଥିମାନଙ୍କ ଦ୍ୱାରା ଆକର୍ଷଣୀୟ ନୃତ୍ୟ ସହ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏଥିର କ୍ରାନ୍ତି ଅନୁଷ୍ଠାନର ନିର୍ମଳା ଦାଶ, ଅରୁଣ ପଟ୍ଟନାୟକ, ସ୍ନିଗ୍ଧାରାଣୀ ମହାରଣା, କଲ୍ୟାଣୀ ଦାସ, ଅନିଲ କୁମାର ସେଠୀ, ଧନଞ୍ଜୟ ପଣ୍ଡା, ଛବିରାଣୀ ପଟ୍ଟନାୟକ, ରାମହରୀ ପଣ୍ଡା, ସଂଘମିତ୍ରା ବେହେରା ଓ ଆଇ.ଟି.ଆଇ.ର ସଦସ୍ୟଙ୍କ ସମେତ କ୍ରାନ୍ତି ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ । ଶେଷରେ ନିର୍ମଳା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

thirteen + 12 =