pakka

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ପାଟଣାଗଡ଼ଠାରେ ବିଶାଳ ସମାବେଶ

bbehera

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ସ୍ଥିତ ଗଡଭିତର ଖେଳ ପଡ଼ିଆଠାରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପାଟଣାଗଡ ଡିଭିଜନ କମିଟି ପକ୍ଷରୁ କେନ୍ଦୁପତ୍ର ତୋଳାଳୀ ଓ ସିଜିନାଲ କର୍ମଚାରୀମାନଙ୍କ ବିଶାଳ ସମାବେଶ ରାଜ୍ୟ ସମ୍ପାଦକ ଓ ଡିଭିଜନ ସମ୍ପାଦକ ଶିବାନନ୍ଦ ପରିଛାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ୭ ହଜାରରୁ ଅଧିକ ତୋଳାଳୀ ଓ କର୍ମଚାରୀ ଏହି ସମାବେଶରେ ଯୋଗଦେଇଥିଲେ । ପୂର୍ବତନ ବଲାଙ୍ଗିର ସାଂସଦ କଳିକେଶ ସିଂଦେଓ, କେନ୍ଦୁପତ୍ର ୱେଲ ଫେୟାର ବୋର୍ଡର ଉପଦେଷ୍ଟା ତଥା ରାଜ୍ୟ ସଂଘ ସମ୍ପାଦକ ସଞ୍ଜିତ୍ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସଂଘକୁ ବିଶେଷ ଭାବରେ ମିଳିଥିବା ସଫଳତା ତଥା ବୋନସ, ଆର୍ଥିକ ସହାୟତା, ବିଜୁ ସ୍ବାସ୍ଥ୍ୟ କାର୍ଡ, ଛାତ୍ର ବୃତ୍ତି ବିଷୟରେ ସଭାରେ ଆଲୋଚନା କରିଥିଲେ । ଏହି ସଭାରେ ଉପସଭାପତି ଗୋକୁଳ ମେହେର, ରାଜ୍ୟ ସମ୍ପାଦକ ମହମ୍ମଦ ମୂର୍ତ୍ତୁଜା, ଝାରସୁଗୁଡ଼ା ଡିଭିଜନର ସମ୍ପାଦକ ପ୍ରଦୀପ କୁମାର ସାହୁ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ସଂଘକୁ ବହୁ ବର୍ଷ ଧରି ଜାତୀୟକରଣ ଠାରୁ ଆରମ୍ଭ କରି ପୁନରାୟ, ଘରୋଇକରଣ ବିରୋଧରେ ଆନ୍ଦୋଳନ କରି ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ କେନ୍ଦୁପତ୍ର ସଂସ୍ଥାକୁ ବଞ୍ଚାଇ ରଖିବା ସହ ତୋଳାଳୀ ଓ କର୍ମଚାରୀମାନଙ୍କ ବିଭିନ୍ନ ଦାବୀ ହାସଲ କରି ପାରିଛି । ଆହୁରି ଅନ୍ୟାନ୍ୟ ଦାବୀ ପାଇଁ ସଂଘ ଅବିରତ ଉଦ୍ୟମ ତଥା ସଂଗ୍ରାମ ଜାରି ରଖିଛି ବୋଲି ବକ୍ତାମାନେ ବକ୍ତବ୍ୟ ରଖି ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଆଜିର ସମାବେଶ ମୁଖ୍ୟତ ୫ବର୍ଷ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବନିମ୍ନ ମଜୁରୀ ସଂଶୋଧନ ହୋଇ ନଥିବାରୁ ସିଜିନାଲ କର୍ମଚାରୀମାନଙ୍କ ମାସିକ ମଜୁରୀ ବୃଦ୍ଧି ହୋଇ ପାରୁନଥିବା ଏବଂ ଅନ୍ୟମାନଙ୍କ ମଜୁରୀ ବୃଦ୍ଧି ହୋଇ ପାରୁନଥିବା ଦର୍ଶାଇ ଅତିଶୀଘ୍ର ଏହାର ସଂଶୋଧନ କରି ମାସିକ ମଜୁରୀ ବୃଦ୍ଧି ପାଇଁ ଦାବୀ କରାଯାଇଥିଲା । ଆହୁରି ମଧ୍ୟ ପୂର୍ବରୁ ପ୍ରଚଳିତ କନ୍ୟା ବିବାହ ସହାୟତା ପୁନରାୟ ଏଥିପାଇଁ ସହାୟତା ଘୋଷଣା କରିବା, ସିଜିନାଲ କର୍ମଚାରୀମାନଙ୍କ ଗସ୍ତ ଖର୍ଚ୍ଚ ଓ ଭତ୍ତା ବୃଦ୍ଧି କରିବା, ପତ୍ରର ମୂଲ୍ୟ, ବନ୍ଧେଇ ଶ୍ରମିକମାନଙ୍କ ବଣ୍ଡିଲ ପ୍ରତି ମଜୁରୀ ଦର ବୃଦ୍ଧି, ସାମାଜିକ ସୁରକ୍ଷା ପାଇଁ ପିସିସିଏଫ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ । ୱେଲ ଫେୟାର ଟ୍ରଷ୍ଟ ସୁପାରିସ ଅନୁଯାୟୀ ସିଜିନାଲ କର୍ମଚାରୀ ତଥା ତୋଳାଳୀ ଓ ବନ୍ଧେଇ ଶ୍ରମିକମାନଙ୍କୁ ୬୨ ବର୍ଷ ପର୍ଯ୍ୟନ୍ତ ସାମାଜିକ ସୁରକ୍ଷାରେ ଅନ୍ତର୍ଭୁକ୍ତ କରିବା । ମୁଖ୍ୟମନ୍ତ୍ରୀ ଘୋଷଣା ଅନୁଯାଇ ସମସ୍ତ କେନ୍ଦୁପତ୍ର ତୋଳାଳୀ ଶିଜିନାଲ କର୍ମଚାରୀ ଓ ବନ୍ଧେଇ ଶ୍ରମିକମାନଙ୍କୁ ଏ ସମ୍ପର୍କୀୟ ସରକାରୀ ନୀତିର ସଂଶୋଧନ କରି ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଦାବୀ କରିଥିଲେ ।

jay balangir
Leave A Reply

Your email address will not be published.

12 − two =