jsm

ଜ୍ଞାନ ପ୍ରକାଶର ତରଭା ଶାଖା ଉଦ୍‌ଘାଟିତ

csstore

ତରଭା, (କେପିଏନ୍‌ଏସ୍‌) : ସ୍ଥାନୀୟ ଏନ୍.ଏ.ସି. ପାଠାଗାରଠାରେ ଜ୍ଞାନ ପ୍ରକାଶ, ବୌଦ୍ଧ ତରଫରୁ ତରଭା ସହରରେ ଏକ ବ୍ଲକ୍ ଶାଖାର ଉଦ୍‌ଘାଟନୀ ସଭା ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ଜ୍ଞାନଚାନ୍ଦ ଶତପଥିଙ୍କ ତତ୍ତ୍ୱାବଧାନରେ ସଭାପତି ତଥା ଜୋନାଲ୍ ପ୍ରମୁଖ ହିମାଂଶୁ ପଣ୍ଡା, ଜିଲ୍ଲା ପ୍ରମୁଖ ଶ୍ରୀମତୀ ଗୀତାଞ୍ଜଳି ମିଶ୍ର, ବ୍ଲକ ସଂଯୋଜକ ରୋଶନ ସାହୁ, ମୁଖ୍ୟ ଅତିଥି ଡ଼. ଦେବେନ୍ଦ୍ର କୁମାର ନାଏକ ଓ ସମ୍ମାନିତ ଅତିଥି ଡ଼. ବନବାସ କୁମାର ମେହେର ମଞ୍ଚାସୀନ ଥିଲେ । ହିରଣ୍ମୟ ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଡ଼ଃ. ନାଏକ ଭାଷା ବଞ୍ଚିଲେ ଜାତି ବଞ୍ଚିବ ବୋଲି ବକ୍ତବ୍ୟ ରଖିଥିବା ବେଳେ ଅନ୍ୟତମ ଅତିଥି ଶ୍ରୀ ମେହେର ଭାଷା ସାହିତ୍ୟର ଅଭିବୃଦ୍ଧି ନିମନ୍ତେ ସମୟ ଉପଯୋଗୀ ସାହିତ୍ୟ ସୃଷ୍ଟି ଦରକାର ବୋଲି ମତବ୍ୟକ୍ତ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ଅଧ୍ୟାପିକା ବୈଜୟନ୍ତୀ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ କବୟିତ୍ରୀ ଲିନା ମେହେର, ରିତୁପର୍ଣ୍ଣା ମହାପାତ୍ର, ଯମୁନା ମହାପାତ୍ର ମିଶ୍ର, ଶ୍ରଦ୍ଧାଞ୍ଜଳି ପଣ୍ଡା, ପ୍ରଜ୍ଞାପ୍ରାଣ ଲୋକନାଥ ଦଳବେହେରା, ଅଧ୍ୟାପକ ଅଶୋକ କୁମାର ବିଶି, ସୁଧୀର କୁମାର ପଣ୍ଡା, ଜନାର୍ଦ୍ଦନ ଥନାପତି, କିଶୋର ଚନ୍ଦ୍ର ମହାପାତ୍ର, ସଂଜୀବ କୁମାର ସେଠି, ମହେଶ ମିଶ୍ର, ସଞ୍ଜୟ ସାହୁ, ସଂଜୀବ ସାହୁ, ରାଜକିଶୋର ସାହୁ, ହିରଣ୍ମୟ ପଟ୍ଟନାୟକ, ରୋଶନ ସାହୁ ପ୍ରମୁଖ କବିତା ପଠନ କରିଥିଲେ । ଶେଷରେ କବି ପ୍ରବୀଣ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.