pakka

ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘ ପକ୍ଷରୁ କୃତଜ୍ଞତା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୦୦୭ ମସିହାରେ ବଲାଙ୍ଗିର ତକ୍ରାଳୀନ ଜିଲ୍ଲାପାଳ ଆର୍‌.ଏସ୍‌.ଗୋପାଲନଙ୍କ ଅନୁଗ୍ରହ କ୍ରମେ ସ୍ଥାନୀୟ ଲାଲ୍‌ଟିକ୍ରାରେ ଏକ ସ୍ଥାନ ମିଳିବା ପରେ ଅବସରପ୍ରାପ୍ତ ସୈନିକ ସଂଘ କାର୍ଯ୍ୟାଳୟ ସ୍ଥାପିତ ହୋଇଥିଲା । ସଂଘର ଅନୁରୋଧ କ୍ରମେ ତକ୍ରାଳୀନ ବିଧାୟକ ତଥା ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ, ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ତଥା ଯୁବନେତା ଅର୍କେଶ ନାରାୟଣ ସିଂହଦେଓଙ୍କ ପ୍ରଚେଷ୍ଟାରେ ସଂଘର କାର୍ଯ୍ୟାଳୟ ଗଢ଼ି ଉଠିଥିଲା । କେତେକ ଅସଂପୂର୍ଣ୍ଣ କାମକୁ ସଂପୂର୍ଣ୍ଣ କରିବା ପାଇଁ ପୂର୍ବତନ ସୈନିକ ସଂଘର ସଦସ୍ୟ ଲୋକସଭା ସଦସ୍ୟା ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓଙ୍କୁ ଅନୁରୋଧ କରିଥିବା ବେଳେ ସଂଘର ଅନୁରୋଧ ରକ୍ଷା କରି ଶ୍ରୀମତୀ ସିଂହଦେଓ ତାଙ୍କ ସଂସଦ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଅନୁଦାନ ଦେଇଥିବାରୁ ସଂଘ ପକ୍ଷରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଆଗାମୀ ଦିନରେ ଶ୍ରୀମତୀ ସିଂହଦେଓ ସଂଘର ସାମୁହିକ ଉନ୍ନତି ସକାଶେ ଆଉ କିଛି ଅନୁଦାନ ଦେବେ ବୋଲି ମଧ୍ୟ ସଂଘ ଆଶା ରଖିଥିବା ସଂପାଦକ ପ୍ରତାପ ଚନ୍ଦ୍ର ରଥ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

19 + eighteen =