ବଲାଙ୍ଗିର, (କେପିଏନ୍ଏସ୍): ନାଇକେନପାଲି ଓ ଡାହିମାଲରେ ବଲାଙ୍ଗିର ଅବକାରୀ ବିଭାଗ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରିବା ସହ ୮୦ ଲିଟର ରନ୍ଧା ମଦ ଜବତ କରିଥିବା ସୂଚନା ମିଳିଛି । କୌଣସି ସୂତ୍ରରୁ ନାଇକେନପାଲି ଓ ଡାହିମାଲରେ ଦେଶୀ ମଦ ରନ୍ଧା ଯାଉଥିବା ଖବର ପାଇ ବଲାଙ୍ଗିର ଅବକାରୀ ବିଭାଗ ଅତର୍କିତ ଚଢ଼ାଉ କରିଥିଲା । ତେବେ ନାଇକେନପାଲି ଗ୍ରାମର ଜଣଙ୍କ ଠାରୁ ୬୦ଲିଟର ବେଆଇନ ରନ୍ଧା ମଦ ଜବତ ହୋଇଥିବା ବେଳେ ଡାହିମାଲ ଗ୍ରାମର ଜଣଙ୍କ ଠାରୁ ୨୦ଲିଟର ରନ୍ଧା ମଦ ଜବତ ହୋଇଥିଲା ।