pakka

ସଡ଼କ ଦୁର୍ଘଟଣାରେ ମେଗାଷ୍ଟାର ଚିରଞ୍ଜିବୀଙ୍କ ଭଣଜା ସାଇ ଧରମ ତେଜ ଗୁରୁତର ଆହତ

bbehera

ହାଇଦ୍ରାବାଦ : ମେଗାଷ୍ଟାର ଚିରଞ୍ଜିବୀଙ୍କ ଭଣଜା ତଥା ତେଲୁଗୁ ଚଳଚ୍ଚିତ୍ରର ଅଭିନେତା ସାଇ ଧରମ ତେଜ ଶୁକ୍ରବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି ବୋଲି ଖବର ମିଳିଛି । ସୂଚନା ଅନୁସାରେ ଅଭିନେତା ସାଇ ଧରମ ଏକ ସ୍ପୋର୍ଟସ ବାଇକ୍ ଚଳାଉଥିବା ବେଳେ ହାଇଦ୍ରାବାଦର ଦୁର୍ମମଚେରୁଭୁ କେବଲ ବ୍ରିଜ ନିକଟରେ ଖସିପଡିଥିଲେ । ଦୁର୍ଘଟଣାରେ ସାଇ ଗୁରୁତର ଆହତ ହେବା ସହ ବେହୋସ୍ ହୋଇଥିଲେ । ତେବେ ତାଙ୍କୁ ତୁରନ୍ତ ସ୍ଥାନୀୟ ଏକ ମେଡିକାଲକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଟିକେ ସୁଧାର ଆସିଥିବା ବେେଇ ତାଙ୍କ ଟିମ୍ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ‘ସାଇ ଧରମ ତେଜ ଠିକ୍ ଅଛନ୍ତି ଓ ସୁସ୍ଥ ହେବାରେ ଲାଗିଛନ୍ତି । ଚିନ୍ତା କରିବାର କିଛି ନାହିଁ । ସେ ଡାକ୍ତରଖାନାର ତତ୍ତ୍ୱାବଧାନରେ ଅଛନ୍ତି । ତାଙ୍କ ଅବସ୍ଥା ସ୍ଥିର ହେବା ମାତ୍ରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଆପୋଲୋ ହସ୍ପିଟାଲକୁ ନିଆଯିବ । ସାଇ ଧରମ ତେଜ ହେଲମେଟ ପିନ୍ଧିଥିଲେ ଓ ସେ ମଦ୍ୟପାନ କରିନଥିଲେ । ତାଙ୍କ ବାଇକ୍ ରାସ୍ତାରେ ସିଲ୍ପ କରିବାରୁ ସେ ଖସିପଡିଥିଲେ । ସେ ବର୍ତ୍ତମାନ ବିପଦରୁ ବାହାରିଛନ୍ତି ଓ ତାଙ୍କର ଚିକିତ୍ସା ଚାଲିଛି ବୋଲି ପୋଲିସ ପକ୍ଷରୁ ମଧ୍ୟ କୁହାଯାଇଛି ।

jay balangir
Leave A Reply

Your email address will not be published.

nine − 2 =