pakka

ରାଜ୍ୟରେ କରୋନା ସଂକ୍ରମଣ : ଗତ ୨୪ ଘଂଟା ମଧ୍ୟରେ ୬୩୦ ନୂଆ ଆକ୍ରାନ୍ତ ଚିହ୍ନଟ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୩୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୦୨୦ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୧୬ ଜଣ ୦ ରୁ ୧୮ ବର୍ଷ ବୟସର ସଂକ୍ରମିତ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୬୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୬୨ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଜିଲ୍ଲା ଅନୁସାରେ ଅନୁଗୁଳରୁ ୫, ବାଲେଶ୍ୱରରୁ ୨୩, ବରଗଡ଼ରୁ ୪, ଭଦ୍ରକରୁ ୧୦, ବଲାଙ୍ଗିରରୁ ୩, ବୌଦ୍ଧରୁ ୧, କଟକରୁ ୧୧୮, ଦେବଗଡ଼ରୁ ୪, ଢେ଼ଙ୍କାନାଳରୁ ୧୨, ଗଜପତିରୁ ୩, ଗଂଜାମରୁ ୩, ଜଗତସିଂହପୁରରୁ ୧୧, ଯାଜପୁରରୁ ୩୨, ଝାରସୁଗୁଡ଼ାରୁ ୧, କଳାହାଣ୍ଡିରୁ ୧, କନ୍ଧମାଳରୁ ୨, କେନ୍ଦ୍ରାପଡ଼ାରୁ ୮, କେଉଁଝରରୁ ୪, ଖୋର୍ଦ୍ଧାରୁ ୨୨୧, କୋରାପୁଟରୁ ୯, ମାଲକାନଗିରିରୁ ୪, ମୟୁରଭଂଜରୁ ୨୦, ନବରଂଗପୁରରୁ ୨, ନୟାଗଡ଼ରୁ ୧୭, ନୂଆପଡ଼ାରୁ ୧, ପୁରୀରୁ ୧୬, ରାୟଗଡ଼ାରୁ ୭, ସମ୍ବଲପୁରରୁ ୧୩, ସୁନ୍ଦରଗଡ଼ରୁ ୨୨ ଓ ଷ୍ଟେଟ ପୁଲ୍‌ରୁ ୫୩ ଚିହ୍ନଟ ହୋଇଛନ୍ତି ।

jay balangir
Leave A Reply

Your email address will not be published.

1 × 3 =

error: Content is protected !!