pakka

ନିଖିଳ ବଙ୍ଗ ସାହିତ୍ୟ ସମ୍ମିଳନୀ ଉଦ୍‌ଯାପିତ

bbehera

ରାଉରକେଲା,(ସସ୍ମିତା ପ୍ରଧାନ) : ନିଖିଳ ବଙ୍ଗ ସାହିତ୍ୟ ସମ୍ମିଳନୀର ଦୁଇ ଦିନିଆ ସାହିତ୍ୟ ଓ ସାଂସ୍କୃତିକ ଉତ୍ସବ ୨୦୨୩ ଉଦ୍‌ଯାପିତ ହୋଇଯାଇଛି । ଦାଣ୍ଡିଆପାଲିର ପଞ୍ଚମ ରେଷ୍ଟ୍‌ ହାଉସ୍‌ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପୃଷ୍ଟପୋଷକ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ଆବାହକତ୍ଵ ଓ ରାଉରକେଲା ଜୋନର ସଭାପତି ପ୍ରଶାନ୍ତ କୁମାର ସୋମଙ୍କ ସଭାପତିତ୍ୱ ତଥା ସମ୍ପାଦକ ଦିଲ୍ଲୀପ କୁମାର ଭୁଇଙ୍କ ମଞ୍ଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା, ଝାଡ଼ଖଣ୍ଡ ଓ ବିହାରର ବଙ୍ଗୀୟ ସାହିତ୍ୟିକ ଓ କବିମାନେ ଅଂଶଗ୍ରହଣ କରି ଭାବ ବିନିମୟ ସହ ସାହିତ୍ୟ ସଂସ୍କୃତି ଉପରେ ଆଲୋଚନା କରିଥିଲେ । ଉଦ୍‌ଘାଟନୀ ଉତ୍ସବରେ ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ସୀମା ଭୌମିକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହ ସାହିତ୍ୟ କେବଳ ସମାଜର ଉନ୍ନତି ଓ ହିତ ପାଇଁ ସୃଷ୍ଟି ହେବା ଦରକାର ବୋଲି ମତ ରଖିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ପମ୍ପା ସେନ ବିଶ୍ଵାସ, ଡ଼ଃ ଶିପ୍ରା ଭଟ୍ଟାଚାର୍ଯ୍ୟ, ମହୁଆ ଦସଗୁପ୍ତା, ଆଲୋକ ବାନାର୍ଜୀ,ମୁଗ୍ଧା ଚାଟାର୍ଜୀ ପ୍ରମୁଖ ଯୋଗଦେଇ ବିଶ୍ଵକବି ରବିନ୍ଦ୍ର ନାଥ ଟାଗୋର ଓ ତାଙ୍କ ସମସାମୟିକ କବି ସାହିତ୍ୟିକଙ୍କ ସୃଷ୍ଟି ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ସମସ୍ତ କବି ସାହିତ୍ୟିକ ନିଜ ମାତୃଭାଷାର ବ୍ୟବହାର ରେ ଇଂରାଜୀ ଓ ମୋବାଇଲ କିପରି ବାଧକ ସାଜିଛି ସେ ସମ୍ପର୍କରେ ଆଲୋଚନା କରି ଉଦବେଗ ପ୍ରକାଶ କରିବା ସହ ନିଜ ମାତୃଭାଷାକୁ ଅଧିକ ଭାବେ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ବଙ୍ଗଳା ଚଳଚ୍ଚିତ୍ରରେ ବଙ୍ଗଳା ସାହିତ୍ୟର ପ୍ରଭାବ ସମ୍ପର୍କରେ ସମୀତା ରକ୍ଷିତ୍, ଝରଣା କୌର, ଇନ୍ଦ୍ରଜିତ ଗୁପ୍ତା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଦୀପଙ୍କର ମୁଖୋପାଧ୍ୟାୟଙ୍କ ସଭାପତିତ୍ୱରେ କବିତା ପାଠ କାର୍ଯ୍ୟକ୍ରମ ଓ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ବଙ୍ଗଳା ସାହିତ୍ୟ ସହ ଅନ୍ୟ ଆଞ୍ଚଳିକ ସାହିତ୍ୟର ମିଶ୍ରଣ ଓ ଏହାର ପ୍ରଭାବ ଉପରେ ଡ଼ଃ ପ୍ରଭାତ କୁମାର ମଲ୍ଲିକ, ଡ଼ଃ ପମ୍ପା ସେନ ବିଶ୍ଵାସ ଓ ଦିଲିପ ଭୁଇ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସେହିପରି ସଂଗୀତ କାର୍ଯ୍ୟକ୍ରମରେ ଦେବରଞ୍ଜନ ବାନାର୍ଜୀ, ସୁସ୍ମିତା ନସ୍କର, ଡ଼ଃ ସଞ୍ଚିତା ଚୌଧୁରୀ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସୁସ୍ମିତା ନସ୍କରଙ୍କ ଗୀତମାଲ୍ୟ ଅନୁଷ୍ଠାନ ଏବଂ ପଲ୍ଲବ ଚାଟାର୍ଜୀଙ୍କ ତରଫରୁ ଶୃତି ନାଟକ କାର୍ଯ୍ୟକ୍ରମ କରାଯାଇଥିଲା । ସେହିପରି ଟାଟା, ଚାଇଁବସା, ଚକ୍ରଧରପୁରରୁ ଆସିଥିବା କଳାକାର ଦେବରଞ୍ଜନ ବାନାର୍ଜୀଙ୍କ ସଂଗୀତ ସମସ୍ତଙ୍କ ମନକୁ ମନମୋହି ନେଇଥିଲା । ଓଡ଼ିଶା, ଝାଡ଼ଖଣ୍ଡ ଓ ବିହାରର ଜୋନାଲ କମିଟିର ସଦସ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ସାହିତ୍ୟ, ସଂସ୍କୃତି ଓ ପରମ୍ପରା ଉପରେ ଆଲୋଚନା କରିଥିଲେ । ସୁଚିସ୍ମିତା ବିଶ୍ଵାସ ଓ ଶ୍ରୀଭୁଇଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନିଲ କୁମାର ଧର, ଶୁଭ ଦାସ ଗୁପ୍ତା, ଆଶିଷ ଗୁପ୍ତା ପ୍ରମୁଖ, ପଲ୍ଲବ ଚାଟାର୍ଜୀଙ୍କସହାୟତାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ସଫଳତା ସହ ସମ୍ପନ୍ନ ହୋଇଥିବାରୁ ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

jay balangir
Leave A Reply

Your email address will not be published.

four − two =