ଶିଶୁ କ୍ୟାନ୍ସର ସଚେତନତା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଚେତନତା ଦ୍ଵାରା ହିଁ କ୍ୟାନ୍ସରକୁ ପ୍ରତିହତ କରାଯାଇ ପାରିବ ବୋଲି ଆୟୋଜିତ ଶିବିରରେ ବହୁ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । ବରପାଲି ଗଙ୍ଗାଧର କଲ୍ୟାଣ ମଣ୍ଡପଠାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ବରପାଲି ସାମ୍ବାଦିକ ସଂଘର ମିଳିତ ଆନୁକୁଲ୍ୟରେ ଶିଶୁ କ୍ୟାନ୍ସର ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ବରପାଲି ସରକାରୀ ଡାକ୍ତରଖାନା ମୁଖ୍ୟ ଡାକ୍ତର ରାଜେଶ ବେହେରା, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନିମାଇଁ ଚରଣ ସାହୁ, ଆଗଲପୁର ଡାକ୍ତରଖାନା ର ଡାକ୍ତର କୃପାସିନ୍ଧୁ ସାହୁ, କ୍ୟାନ୍ସର ଉପରେ କାମ କରୁଥିବା ସ୍ୱେଚ୍ଛାସେବୀ ତଥା ସାମ୍ବାଦିକ ଅଶ୍ଵିନୀ କୁମାର ଦର୍ଜି, ନିତାଇ ପାଣିଗ୍ରାହୀ, ଚିତ୍ତରଞ୍ଜନ ସାହୁ, ବାଲ କିଶୋର ଖାଡଙ୍ଗା, ଆଇସିଡ଼ିଏସରୁ ରେଣୁକା ଷଡଙ୍ଗୀ ପ୍ରମୁଖ ମଞ୍ଚାସିନ ଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ସ୍ୱେଚ୍ଛାସେବୀ ସେକ୍ ମହମ୍ମଦ ଗଜନୀ ସଂଯୋଜନା କରିଥିଲେ । ବରପାଲି ସାମ୍ବାଦିକ ସଂଘର ପଦ୍ମଲୋଚନ ସାହୁ, ହର୍ଷ ବେହେରା, ସୁବୋଧ ସାହୁ ପ୍ରମୁଖ ସହଯୋଗ କରୁଥିବା ବେଳେ ବ୍ଲକର ସମସ୍ତ ଆଶା କର୍ମୀ ଓ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

eight + twelve =