pakka

ପାଟଣାଗଡ଼ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

bbehera

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ପାଢେଲ ଗ୍ରାମ ନିକଟରେ ଆଜି ପାଖାପାଖି ଅପରାହ୍ନ ୪ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଏହି ଶୋଚନୀୟ ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ପାଟଣାଗଡ଼ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ମୃତ୍ୟୁବରଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ବରଗଡ ଜିଲ୍ଲା ବୁଡେନ ଥାନା ଅନ୍ତର୍ଗତ ତେତେଲଖୁଣ୍ଟି ଗ୍ରାମର ରାଧୁ ବାଗ(୫୫) ଏବଂ ପୁତୁରା ନୀଳାଞ୍ଚଳ ବାଗ(୪୦) ପଦ୍ମପୁର-ପାଟଣାଗଡ଼ ରାସ୍ତାରେ ବାଇକ ଯୋଗେ ତାଲ୍‌ପଦର୍‌ ଗାଁକୁ ଯାଉଥିବା ସମୟରେ ପାଢେଲ ଗ୍ରାମ ନିକଟରେ ଥିବା ଗୋଟିଏ ବ୍ରିଜ ଉପରୁ ଭାରସାମ୍ୟ ହରାଇ ବାଇକ ସହ ତଳକୁ ଖସି ପଡ଼ିଥିଲେ । ଏହାଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣକ ଗୁରୁତର ଅବସ୍ଥାରେ ପଡି ରହିଥିବା ରାସ୍ତାରେ ଯାଉଥିବା କିଛି ବ୍ୟକ୍ତି ଦେଖିବାକୁ ପାଇଥିଲେ । ତେବେ ସଙ୍ଗେ ସଙ୍ଗେ କିଛି ଲୋକ ପାଟଣାଗଡ଼ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍‌ଙ୍କୁ ଉଦ୍ଧାର କରିଥିଲେ । ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟି ସାରିଥିବା ବେଳେ ଗୁରୁତର ଥିବା ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ଯୋଗେ ପାଟଣାଗଡ଼ ଡାକ୍ତରଖାନାକୁ ପଠେଇ ଦେଇଥିଲେ । ଡାକ୍ତରଖାନା ପହଞ୍ଚିଲା ପରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ଘଟଣାର ଖବର ପାଇ ପାଟଣାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ୍‌ କରିଥିଲା । ଏନେଇ ପାଟଣାଗଡ଼ ଥାନା କେସ ନଂ ୩୧୨/୨୦୨୩ ରେ ଏକ ଅପମୃତ୍ୟୁ ମାମଲା ଋଜୁ କରି ଅଧିକ ତଦନ୍ତ କରୁଥିବା ପାଟଣାଗଡ଼ ଥାନାଧିକାରୀ ଅନନ୍ତ ପଧାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

twenty + 7 =