ବୋନ୍‌ କ୍ୟାନ୍‌ସରରେ ପୀଡିତ ରାଜା ଜାଲଙ୍କୁ ବଲାଙ୍ଗିର ସିଭିଲ କୋର୍ଟର ଅଧିକାରୀ ଓ କର୍ମଚାରୀଙ୍କ ତରଫରୁ ସହାୟତା ରାଶି ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଆଇନ ସେବା ପ୍ରାଧିକାରଣରେ କାର୍ଯ୍ୟରତ ଦୈନନ୍ଦିନ ମଜୁରିଆ କର୍ମଚାରୀ ରାଜା ଜାଲଙ୍କର ବୋନ୍‌ କ୍ୟାନ୍‌ସର ରୋଗର ଚିକିତ୍ସା ପାଇଁ ଆଜି ସ୍ଥାନୀୟ ସିଭିଲକୋର୍ଟ ପରିସରରେ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । ସିଭିଲକୋର୍ଟର ସମସ୍ତ ଅଧିକାରୀ ତଥା ସମସ୍ତ କର୍ମଚାରୀଙ୍କ ତରଫରୁ ଆଜି ରାଜା ଜାଲଙ୍କ ମା’ ଶ୍ରୀମତୀ ବେଲ ଜାଲଙ୍କୁ ୪୭,୫୫୦ ଟଙ୍କା ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି ରାଜା ଜାଲଙ୍କ ବୋନ୍‌ କ୍ୟାନ୍‌ସର ରୋଗର ଚିକିତ୍ସା ପାଇଁ ୨୫ ଲକ୍ଷ ଟଙ୍କା ଦରକାର । ସହରର ବହୁ ସଂଗଠନ ଓ ସମାଜସେବୀ ସଂସ୍ଥା ରାଜାଙ୍କ ଚିକିତ୍ସା ପାଇଁ ଅର୍ଥ ଯୋଗାଡ ଉଦ୍ୟମରେ ଲାଗି ପଡିଛନ୍ତି । ସିଭିଲ କୋର୍ଟର ସମସ୍ତ ଅଧିକାରୀ ଓ କର୍ମଚାରୀ ବୃନ୍ଦ ରାଜାଙ୍କ ଶୀଘ୍ର ଆଶୁ କାମନା କରିଛନ୍ତି ।

Leave A Reply

Your email address will not be published.