pakka

ଲଗାଣ ବର୍ଷାରେ ଭାଙ୍ଗିଲା ଘର : ସରକାରୀ ସହାୟତା ଦାବୀ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଲଗାଣ ବର୍ଷା ଯୋଗୁଁ ମଙ୍ଗଳବାର ସକାଳେ ଦେଓଗାଁ ବ୍ଲକ ଉଡ଼ାର ପଞ୍ଚାୟତ ଅନ୍ତର୍ଗତ ଝାରମୁଣ୍ଡା (ଶିରାବାହାଲ) ଗାଁର ପଙ୍କଜିନି ସାହୁଙ୍କ ଘର ଭାଙ୍ଗି ଯାଇଥିବା ଜଣାପଡିଛି । ସେ ଜଣେ ବିଧବା ମହିଳା ଓ ତାଙ୍କ ଏକ ମାତ୍ର ପୁଅ ଦିନ ମଜୁରିଆ ଭାବେ କାମ କରି ଘର ଚଲାଇଥାନ୍ତି । ତେଣୁ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବୀ ହେଉଛି । ପ୍ରକାଶ ଯେ, କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାଜ୍ୟ ସରକାର ବିଜୁ ପକ୍କା ଘର ଯୋଜନାକୁ ନେଇ ବାହାସ୍ପଟ ମାରୁଥିବା ବେଳେ ଝାରମୁଣ୍ଡା ଗାଁର ଏହି ମହିଳା ଜଣକ ତାଙ୍କ ପୁଅ ସହ ଖପର ଘରେ ରହୁଥିବା ଦେଖିବାକୁ ମିଳୁଛି । ଫଳରେ ତାଙ୍କୁ ଆବାସ ଯୋଜନାରେ ସାମିଲ କରି ଏକ ପକ୍କା ଘର ଯୋଗାଇ ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.

two × 1 =