om academy

ବାପ ଛେଉଣ୍ଡ ପିଲାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ

jsm

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କମେଇମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କମେଇମୁଣ୍ଡା ଗାଁରେ ପୃଥକ ୩ ଟି ପରିବାରର ୧୧ ଜଣ ବାପ ଛେଉଣ୍ଡ ପିଲାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି । ସୂଚନା ଅନୁସାରେ ଆଦିବାସୀ ସମ୍ପ୍ରଦାୟର ଧନମତି ମାଝିଙ୍କ ସ୍ଵାମୀ ଚିତମନ ମାଝୀ ପ୍ରାୟ ପାଞ୍ଚ ବର୍ଷ ହେବ ସିକିଲିନ୍‌ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ତାଙ୍କର ପାଞ୍ଚଗୋଟି ଶିଶୁ ଅଛନ୍ତି । ସେହିପରି ପ୍ରେମିଲା ଧରୁଆଙ୍କ ସ୍ଵାମୀ ପୁସ୍ତମ ଧରୁଆ ପ୍ରାୟ ଦୁଇ ବର୍ଷ ହେବ କିଡିନି ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଥିଲେ । ତାଙ୍କ ଚାରୋଟି ଶିଶୁ ଏବଂ ଆଉ ଜଣେ ହେମା ମାଝିଙ୍କ ସ୍ଵାମୀ ସରତ ମାଝି ପ୍ରାୟ ଚାରି ବର୍ଷ ହେବ ମାନସିକ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ତାଙ୍କର ଦୁଇଟି ଶିଶୁ ଅଛନ୍ତି । ତେବେ ଏହି ବାପ ଛେଉଣ୍ଡ ଶିଶୁ ମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅନେକ ଥର ଏହି ନିରିହ ବିଧବା ମହିଳା ମାନେ ଅଙ୍ଗନବାଡ଼ି ଓ ସରପଞ୍ଚକୁ ଜଣାଇ ଥିଲେ ମଧ୍ୟ ଏଯାଏଁ ଉକ୍ତ ଶିଶୁମାନଙ୍କୁ ସରକାରଙ୍କ ସହାୟତା ଦିଆଯାଉ ନାହିଁ ବୋଲି ଅଭିଯୋଗ ହୋଇଛି । ଏହି ଶିଶୁ ମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ନିରିହ ବିଧବା ମହିଳାଙ୍କ ସମେତ ୱାର୍ଡ ମେମ୍ବର ଗଗନେଶ୍ୱର ମାଝି ଓ ଗାଁ ଲୋକେ ଦାବୀ କରିଛନ୍ତି ।

Leave A Reply

Your email address will not be published.