ରାଜ୍ୟର ପ୍ରତି ଭାଗବତ ଟୁଙ୍ଗୀକୁ ମିଳିବ ୫୦ ହଜାର ଟଙ୍କା ଲେଖାଏଁ ସହାୟତା

ଭୁବନେଶ୍ୱର : ଭାଗବତ ଟୁଙ୍ଗୀ ଆମ ଗ୍ରାମ୍ୟ ଜୀବନର ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସାମାଜିକ ପ୍ରାଣ କେନ୍ଦ୍ର । ସାରା ଗାଁକୁ ଏକତାର ସୂତ୍ରରେ ବାନ୍ଧି ରଖିଥାଏ ଭାଗବତ ଟୁଙ୍ଗୀ । ଆମ ସଂସ୍କୃତି ଓ ପରମ୍ପରାର ଏହି ମହାନ ପ୍ରତୀକ ଭାଗବତ ଟୁଙ୍ଗୀ ହେଉଛି ଓଡିଆ ଜାତିର ସାଂସ୍କୃତିକ ଅସ୍ମିତାର ଏକ ଗୌରବମୟ ପରିଚୟ । ଆମ ରାଜ୍ୟରେ ଥିବା ୭,୨୦୦ଟି ଭାଗବତ ଟୁଙ୍ଗୀ ଗୁଡିକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତି ଭାଗବତ ଟୁଙ୍ଗୀ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ମଞ୍ଜୁର କରିଛନ୍ତି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଜରିଆରେ ଭାଗବତ ଟୁଙ୍ଗୀ ଗୁଡିକର ବିକାଶ କାର୍ଯ୍ୟ କରାଯିବ ।

Leave A Reply

Your email address will not be published.

two × three =