ସୁନା ବିକି ବିଲ ନ ଦେବା ପଡିଲା ମହଙ୍ଗା

  • ସିଲ ହେଲା ରାଉରକେଲାର କନକ ଜ୍ୱେଲାରୀ ଦୋକାନ, ୭୦ରୁ ଅଧିକ ଟଙ୍କାର ଫାଇନ ଓ ପେନାଲଟି

ରାଉରକେଲା, (ସସ୍ମିତା ପ୍ରଧାନ) : ମହଙ୍ଗା ପଡିଲା ଗ୍ରାହକଙ୍କୁ ସୁନାରେ ଠକେଇ । ଜିଏସ୍‌ଟି ଜାଲରେ ପଡିଲେ ସୁନା ଦୋକାନୀ । ସୁନା ଦୋକାନରେ ଜିଏସ୍‌ଟି ଚଢାଉ । ରାଉରକେଲାରେ ସିଲ ହେଲା କନକ ଜ୍ୱେଲାରୀ ସୁନା ଦୋକାନ । ଦୋକାନରେ ଥିବା ଜିନିଷର କିଣା ବିକାକୁ ନେଇ ଥିବା ଷ୍ଟକର ଠିକରେ ବିଲ ଦେଖାଇ ପାରିନଥିବାରୁ କବତ ହେଲା ଦୋକାନରେ ଥିବା ବିଭିନ୍ନ ସୁନାର ସାମଗ୍ରୀ । ଏଥିରେ ସୁନାର ମାଳି, ମୁଦି ଭଳି ବିଭିନ୍ନ ଆଇଟମ ରହିଛି । ଜିଏସ୍‌ଟି ଟିକସ ଫାଂକି ଓ ଫଲସ ବିଲ ଦେଇ ଗ୍ରାହକଙ୍କୁ ଠକୁଥିଲେ ଦୋକାନର ମାଲିକ । ଏନେଇ ଦୋକାନ ନାଁରେ ଥିଲା ଗୁରୁତର ଅଭିଯୋଗ । ରାଉରକେଲା ଅଲ୍‌ ଟେକ୍ସି ଷ୍ଟାଣ୍ଡ ମେନରୋଡରେ ରହିଛି ଏହି ଦୋକାନ । ପାଖାପାଖି ୭୦ ଲକ୍ଷ ଟଙ୍କାର ଠକେଇର ପ୍ରମାଣ ପାଇଛି ଜିଏସ୍‌ଟି ବିଭାଗ । ଏନେଇ ଦୋକାନ ମାଲିକଙ୍କ ନାଁରେ ଫାଇନ ଓ ପେନାଲଟି କାଟିଛି ଜିଏସ୍‌ଟି ବିଭାଗ । ଏହି ଜୋରିମାନା ଯଦି ୩ ମାସ ମଧ୍ୟରେ ଦିଆ ନ ଯାଏଁ ତାହେଲେ ଜବତ ସୁନା ସବୁ ନିଲାମ ହେବ । ଗତ ଧନତେରସରେ ଏହି ଦୋକାନ ଉପରେ ହୋଇଥିଲା ଜିଏସ୍‌ଟି ରେଡ । ତେବେ ଜିଏସ୍‌ଟିର ଏହି ଟିମ୍‌କୁ ସୁନା ଦୋକାନୀ ଜଣଙ୍କ ସହଯୋଗ କରି ନ ଥିବା ଅଭିଯୋଗ କରିଛି ଜିଏସ୍‌ଟି ବିଭାଗ । ଏହି ସୁନା ଦୋକାନର ମାଲିକ ବିବେକ ପ୍ରସାଦ ବୋଲି ଜଣାପଡିଛି ।

Leave A Reply

Your email address will not be published.

two × 3 =

error: Content is protected !!