‘କୋଶଳ ପ୍ରବାହ’ର ପ୍ରଭାବ : ଟିଟିଲାଗଡ଼ ଟାଙ୍ଗରପଡା ବିସ୍ଥାପିତଙ୍କୁ ପ୍ରଶାସନ ଦେଲା ସହାୟତା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ହାଟପଦା କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୩ କୋଟି ୪୨ ଲକ୍ଷ ଟଙ୍କା ମଞ୍ଜୁର ହୋଇ ଟେଣ୍ଡର ସରିବା ପରେ ଓଭର ବ୍ରିଜ ନିକଟସ୍ଥ ଚିହ୍ନଟ ହୋଇଥିବା ସ୍ଥାନକୁ ପୌର ପରିଷଦ ପକ୍ଷରୁ ପ୍ରଶାସନର ସହାୟତାରେ ସୋମବାର ଦିନ ଜବରଦଖଲ ଉଚ୍ଛେଦ କରାଯାଇଥିଲା । ଜବରଦଖଲ ଉଚ୍ଛେଦ ପରେ ବିସ୍ଥାପିତ ପରିବାର ସରକାରଙ୍କ ସହାୟତା ଅପେକ୍ଷାରେ ଆମ ପ୍ରତିନିଧିଙ୍କ ଜରିଆରେ ସରକାରଙ୍କୁ ଗୁହାରି କରିଥିଲେ । ବିସ୍ଥାପିତ ଲୋକଙ୍କ ଘର ଭାଙ୍ଗିବା ପରେ ସେମାନେ ନିଜ ନିଜ ଜିନିଷ ପତ୍ର ଧରି ପାଖରେ ଥିବା ଚାଷ ଜମି, ଗଛ ତଳେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି । କିଛି ବସ୍ତି ବାସିନ୍ଦାଙ୍କ ଅଭିଯୋଗ ଯେ ସହରରେ ଏତେ ସମାଜସେବୀ, ନେତା, ମନ୍ତ୍ରୀ ଥାଇ ମଧ୍ୟ ଆମର ଦୁଃଖ କାହାକୁ ଦିଶିଲାନି, କିଏ ପାଣି ଟୋପାଏ ବି ଦେଲେନି, ସତେ ଯେମିତି ଆମେ ଅନୁପ୍ରବେଶକାରୀ ବୋଲି କ୍ଷୋଭ ପ୍ରକାଶ କରିଥିଲେ । ଏ ବିଷୟରେ ମଙ୍ଗଳବାର ଦିନ ‘କୋଶଳ ପ୍ରବାହ’ରେ ଖବର ପ୍ରସାରଣ ହୋଇଥିଲା ।

ବିକାଶ ପାଇଁ ଉଚ୍ଛେଦ ଜରୁରୀ । କିନ୍ତୁ ଥଇଥାନ ଆଗ କରିଥିଲେ ଲୋକେ ଏତେ ଅସୁବିଧାର ସମ୍ମୁଖିନ ହୋଇ ନ ଥାନ୍ତେ ବୋଲି ଆମ ‘କୋଶଳ ପ୍ରବାହ’ ଖବରରେ ପ୍ରକାଶିତ ହେବା ପରେ ବୁଧବାର ସକାଳୁ ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢୀ ଯେଉଁ ଲୋକମାନଙ୍କ ଘର ଭଙ୍ଗା ଯାଇଥିଲା ସେମାନଙ୍କୁ ରେଡକ୍ରସ୍‌ ପାଣ୍ଠିରୁ ୮ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବା ସହ ତହସିଲ କାର୍ଯ୍ୟାଳୟ ତରଫରୁ ମୁଣ୍ଡ ଗୁଞ୍ଜିବା ପାଇଁ ଜରି ପ୍ରଦାନ କରାଯାଇଛି ।

Leave A Reply

Your email address will not be published.

eleven − 10 =