ଚାଉଲ ବୋଝେଇ ଟ୍ରକ ଚାପାରେ ଯୁବକଙ୍କ ମୃତ୍ୟୁ

କଂଟାବାଂଜି, (ଗୁରୁଦାୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହର ବଙ୍ଗୋମୁଣ୍ଡା ରେଲ ଫାଟକ ନିକଟସ୍ଥ ସତନାମିପଡା ନିକଟରେ ବୁଧବାର ଅପରାହ୍ନ ସାଢେ ଚାରଟା ସମୟରେ ଏକ ଚାଉଳ ବୋଝେଇ ଟ୍ରକ ଚାପାରେ ଜଣେ ଯୁବକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ କଂଟାବାଂଜି ଆମ୍ବପଡା ୱାର୍ଡ ନଂ.୧୨ର ନିବାସୀ ଦୃତିକୃଷ୍ଣ ଚନ୍ଦନ(୪୦) । ଘଟଣାସ୍ଥଳରୁ ମିଳିଥିବା ସୂଚନା ଅନୁସାରେ କଂଟାବାଂଜି ଆର୍‌.ଏମ୍‌.ସି.ରୁ ଚାଉଳ ବୋଝେଇ ଟ୍ରକ ଯାହାର ନଂ.ଓଆର୍‌୦୩-ବି୧୧୧୭ ରେଲୱେ ଷ୍ଟେସନ ପଟକୁ ଯାଉଥିଲା । ଦୁତିକୃଷ୍ଣ ନିଜ ଘରୁ ସହର ଅଭିମୁଖେ ଆସୁଥିବା ବେଳେ ରେଲ ଫାଟକର ବୁଲାଣି ପାଖରେ ଟ୍ରକ ଚାପାରେ ମୃତ୍ୟୁ ଘଟିଛି । ଏହି ଖବର ପାଇବା କ୍ଷଣି ସ୍ଥାନୀୟ ପୋଲିସ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଡାକ୍ତରଖାନାକୁ ପୋଷ୍ଟମର୍ଟମ ପାଇଁ ନେଇଥିବା ବେଳେ ମୃତକର ପିତା ମକରଧ୍ୱଜ ଚନ୍ଦନ ଏକ ଲିଖିତ ଅଭିଯୋଗ ଥାନାରେ ଦେଇଛନ୍ତି । ଏହା ଉପରେ ପୋଲିସ ଅଧିକ ଅନୁସଂଧାନ ଚାରି ରଖିଛି । ଟ୍ରକର ଡ୍ରାଇଭର ଏହି ଖବର ଲେଖିବା ମଧ୍ୟରେ ପୋଲିସ ଥାନାରେ ଅଟକ ରହିଛି ।

Leave A Reply

Your email address will not be published.

fifteen − 5 =