jsm

ବଙ୍ଗୋମୁଣ୍ଡାରେ ବନସୁରକ୍ଷା ସମିତି ଗୁଡିକୁ ଜୀବନ ଜୀବିକା ସହାୟକ ଉପକରଣ ବଣ୍ଟନ

csstore

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ବନଖଣ୍ଡ ଅଧିନସ୍ଥ ବଙ୍ଗୋମୁଣ୍ଡା ବନାଞ୍ଚଳର ୪ ଗୋଟି ବନସୁରକ୍ଷା ସମିତିମାନଙ୍କୁ ଉପକରଣ ଗୁଡିକ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନାଞ୍ଚଳ ଅଧିକାରୀ ପଦ୍ମନାଭ କୁମ୍ଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସମ୍ମାନିତ ଅତିଥି ଅତିରିକ୍ତ ତହସିଲଦାର ହେମନ୍ତ କୁମ୍ଭାର, ସିନ୍ଧେକେଲା ଜିଲ୍ଲା ପରିଷଦ ସଦସ୍ୟ ଦାମ ସୁନା, ଝରିଆଲ ସରପଞ୍ଚ ଭରଦ୍ୱାଜ ଗହୀର, ବେଳପଡା ସରପଞ୍ଚ ଖରତ ବାଗ ପ୍ରମୁଖ ଅତିଥି ଯୋଗଦେଇଥିଲେ । ଜଙ୍ଗଲର ସୁରକ୍ଷାର ଗୁରୁତ୍ୱ ସମ୍ପର୍କରେ ଅତିଥିଗଣ ମତବ୍ୟକ୍ତ କରିଥିଲେ । ବନସୁରକ୍ଷା ସମିତିଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସବୁଜ ଭାରତ ମିଶନ ଅନୁସାରେ ଡଙ୍ଗରପଡ଼ା ,ବଙ୍ଗୋମୁଣ୍ଡା, ଝିଙ୍କିପଡ଼ା, ସୁକୁନାଭଟା ବନସୁରକ୍ଷା ସମିତି ଗୁଡିକୁ ଜୀବନ ଜୀବିକା ସହାୟକ ଉପକରଣ ପ୍ରଦାନ କରାଯାଇଥିଲା । ଜଙ୍ଗଲର ସୁରକ୍ଷା ଦିଗରେ ଆଗେଇ ଆସିବା ପାଇଁ ବିଧାୟକ ଅନୁରୋଧ କରିଥିଲେ । ଏହି ଅବସରରେ ବନ ବିଭାଗ ପକ୍ଷରୁ ମାଟ୍ରିକ ପରୀକ୍ଷାରେ କୃତି ଛାତ୍ର ଶୁଭ୍ରାଂଶୁ ଶେଖର ସାହୁଙ୍କୁ ପୁରସ୍କୃତ କରାଯାଇଥିଲା । ଫରେଷ୍ଟର ଶ୍ୟାମସୁନ୍ଦର ସାହୁ ସଭା ସଂଯୋଜନା କରିଥିଲେ । ବନ ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.