ମୁଁ ଅକ୍ଷମ, ସରକାର ମୋତେ ସାହାଯ୍ୟ କରନ୍ତୁ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗମ୍ଭାରୀଗୁଡା ଗ୍ରାମର ଗରିବ ପାତ୍ରଙ୍କ ସାନପୁଅ ଚିତ୍ରସେନ ପାତ୍ର ବୟସ ୩୪ ପରିବାର କହିଲେ ତାଙ୍କ ତିନୋଟି ଝିଅ ଏବଂ ବଡ଼ଭାଇ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ପରିବାର ଓ ବୃଦ୍ଧ ବାପା ମା । ଦିନଥିଲା ଘରର ଆର୍ଥିକ ସ୍ଥିତିକୁ ସୁଧାର କରିବା ପାଇଁ ବାହାରି ପଡ଼ୁଥିଲେ ଗାଡି ଚଲେଇ ନିଅଣ୍ଟ ପରିବାରର ପେଟ ପୋଷିବାକୁ । ଛତିଶଗଡ଼ ଦେଭୁକ ଯାଇ ସବୁଦିନ ଗାଡି ଚଳାଉଥିଲେ । ଦୀର୍ଘ ଦିନ ଧରି ଗାଡି ଚଳାଇ ପରିବାର ପୋଷୁଥିଲେ । କମ୍‌ ରୋଜଗାର ହେଲେ ମଧ୍ୟ ଦୁଇଭାଇଙ୍କ ପରିବାର ହସଖୁସିରେ ଦିନ କାଟୁଥିଲା । ଦୁଇଭାଇ ଡ୍ରାଇଭର କାମ କରି ପୁଅଝିଅ ର ଭବିଷ୍ୟତ ତିଆରି କରିବାପାଇଁ ଲାଗିପଡ଼ିଥିଲେ କ୍ଷ ଗତ ତିନିବର୍ଷ ତଳେ ଛତିଶଗଡ ଦେଭୁକରୁ କୁଏଟପଦର ଗ୍ରାମକୁ ଧାନ ଆଣିବା ପାଇଁ ଯାଇଥିଲେ । ଗାଡିକୁ ଠିଆ କରିଦେଇ ଖାଇବାକୁ ଯିବା ସମୟରେ ହଟାତ କେନ୍ଦୁପାଟି ଗ୍ରାମଠାରେ ସିଜି୦୪ଏଚ୍‌ଏଲ୩୩୮୦ ଗାଡ଼ିନମ୍ବରର ଏକ ଟ୍ରାକ୍ଟର ଆସି ଧକ୍କା ଦେଇଥିଲା । ବର୍ତମାନ ଚିତ୍ରସେନଙ୍କ ଗୋଟିଏ ହାତ ଅକ୍ଷମ । ଆଉ କାମକୁ ଆସୁନି ଡାହାଣ ହାତ । ବିଭିନ୍ନ ହସ୍ପିଟାଲ ଯାଇ ଯାହା ପଇସା ରୋଜଗାର କରିଥିଲେ ସବୁ ସାରିଦେଲେ । ବଡ଼ଭାଇ ଭରସାରେ ଦୁଇପରିବାର ମିସି ୧୧ ଜଣ ହୁଅନ୍ତି । ବଡଭାଇ ବର୍ତମାନ ଘରେ ନାହାନ୍ତି । ସେ ଯାଇଛନ୍ତି ଗାଡି ଚଳେଇବାକୁ ଅନ୍ୟ ରାଜ୍ୟକୁ । ସରକାରୀ ସୁବିଧା କହିଲେ ସରକାରଙ୍କ ପାଞ୍ଚକେଜି ଚାଉଲ ତାହାଛଡା କିଛିନାହିଁ । ବ୍ଲକ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପାଖକୁ ଅନେକ ଥର ଯାଇ ଗୁହାରୀ ମଧ୍ୟ କରିଛନ୍ତି ହେଲେ କେହି ଶୁଣୁନାହାନ୍ତି । ଆଜି ଜିଲ୍ଲା ଏବଂ ବ୍ଲକ ଡ୍ରାଇଭର ସଂଘମିଶି ତାଙ୍କ ଘରକୁ ଯାଇଥିଲେ ଏବଂ ସାହାଯ୍ୟ କରାଯିବ ବୋଲି ପ୍ରତିଶୃତି ମଧ୍ୟ ଦେଇଛନ୍ତି । ଏନେଇ ଆମେ ସିନାପାଲି ବିଡ଼ିଓ ସଦାଶିବ ନାଏକଙ୍କୁ ଯୋଗାଯୋଗ କରିବାରୁ ସରକାରଙ୍କ ଗାଇଡଲାଇନ ଯାହାଅଛି ଦେଖିକି ନିଶ୍ଚିନ୍ତ ସୁବିଧା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ବେଶଲି ସୂଚନା ପରିବରାର ପକ୍ଷରୁ କୁହାଯାଇଛି । ଏହି ଗରିବ ପ୍ରତି ପ୍ରଶାସନର କେବେ ଦୃଷ୍ଟି ପଡୁଛୁ ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.

20 − ten =

error: Content is protected !!