oom

ପୁଅର ଦୁର୍ଘଟଣା ଦୁଃଖରେ ମ୍ରିୟମାଣ ହୋଇ ସାମ୍ବାଦିକ ବାପା ହୃଦଘାତର ଶିକାର : ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି, ଅର୍ଥ ସାଜିଛି ବାଧକ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁଅର ଦୁର୍ଘଟଣା ଦୁଃଖରେ ମ୍ରିୟମାଣ ହୋଇ ସାମ୍ବାଦିକ ବାପା ହୃଦଘାତର ଶିକାର ହୋଇଥିବା ସୂଚନା ମିଳିଛି । ହୃଦଘାତର ଶିକାର ହୋଇଥିବା ବାପା କହିଛନ୍ତି ଯେ, ପ୍ରିୟ ଶୁଭେଚ୍ଛୁ ଓ ବନ୍ଧୁଗଣ, ମୋ ସାନପୁଅ ସୂର୍ଯ୍ୟକାନ୍ତର ବାଇକ ଦୁର୍ଘଟଣାରେ ଗୋଡଭାଙ୍ଗି ଯାଇଥିବା ଖବର ପାଇ ତାର ଚିକିତ୍ସା ଖର୍ଚ୍ଚ ପାଇଁ ମୋ ଅନୁରୋଧ ଓ ନିବେଦନ ରକ୍ଷାକରି ଆପଣମାନେ ଆର୍ଥିକ ସହାୟତା ପ୍ରଦାନ କରିଥିବାରୁ ମୁଁ ଆପଣଙ୍କ ନିକଟରେ ଚିର କୃତଜ୍ଞତା ଜ୍ଞାପନ କରୁଛି । କଥାରେ ଅଛି ଯେତେବେଳେ ବିପଦ ଆସେ, ତାହା ବନ୍ଧୁବାନ୍ଧବ ଓ ସଖା ସହୋଦର ଆଣି ଆସିଥାଏ, ଏଭଳି ଏକ ଦୁଃଖଦ ପରିସ୍ଥିତି ମୋ କ୍ଷେତ୍ରରେ ଗତ ୨୮ ତାରିଖରେ ଘଟିଛି । ୨୨ ଦିନ ଚିକିତ୍ସା ପରେ ସୂର୍ଯ୍ୟକାନ୍ତ ଗତ ସୋମବାର ଦିନ ସମ୍‌ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇ ଘରକୁ ଯିବାକୁ ପ୍ରସ୍ତୁତି କାର୍ଯ୍ୟ ଚାଲିଥିବା ବେଳେ ହଠାତ୍‌ ମୁଁ ଛାତିରେ ଯନ୍ତ୍ରଣା ଅନୁଭବ କଲି ।କାର୍ଡିଓଲୋଜି(ହୃଦରୋଗ)ବିଭାଗ ଡାକ୍ତରଙ୍କ ପରୀକ୍ଷାନୀରିକ୍ଷାରୁ ମୋ ଛାତିରେ ବ୍ଲକେଜ(ରକ୍ତ ଜମାଟ)ହେଉଥିବା ଜଣାପଡିଥିଲା । ଏବେ ମୁଁ ଭୁବନେଶ୍ୱରର ସମ୍‌ ହସ୍ପିଟାଲ ମେଡ଼ିସିନ ୱାର୍ଡ଼ ନଂ-୨୧, ବେଡ଼୍‌ ନଂ-୩୦ରେ ଚିକିତ୍ସିତ ହେଉଛି । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଖୁବ୍‌ଶୀଘ୍ର ଅପରେସନ ହେବାର ସମ୍ଭାବନା ରହିଛି । ମାତ୍ର ଏହି ବ୍ୟୟ ବହୁଳ ଚିକିତ୍ସାରେ ଅର୍ଥ ପ୍ରତିବନ୍ଧକ ସାଜିଛି । ଏବେ ପୁଅର ଚିକିତ୍ସା ପାଇଁ ଆପଣମାନେ ସହଯୋଗର ହାତ ବଢ଼ାଇଥିଲେ । ତେବେ ଇଚ୍ଛା ନ ଥିଲେ ମଧ୍ୟ କିଛି ଉପାୟ ନ ଥିବାରୁ ମୁଁ ମୋର ଚିକିତ୍ସା ଖର୍ଚ୍ଚ ପାଇଁ ଆପଣମାନଙ୍କଠାରୁ କିଛି ଆର୍ଥିକ ସହାୟତା ଭିକ୍ଷା କରୁଛି । ଆଶା ଏଭଳି ଦୁର୍ଦ୍ଦିନରେ ଆପଣମାନେ ସହୃଦୟତାର ସହ ଯତ୍ କିଞ୍ଚିତ ଆର୍ଥିକ ସହାୟତା ପ୍ରଦାନ କଲେ ମୁଁ ଆପଣଙ୍କ ନିକଟରେ ଚିରଋଣୀ ରହିବି ବୋଲି ସେ କହିଛନ୍ତି । ତାଙ୍କ ମୋବାଇଲ ନଂ ୮୮୪୭୮୨୭୨୦୩ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।

jittmm
Leave A Reply

Your email address will not be published.