ଖଡ଼ିଆଳ ପୌର ପରିଷଦ ଅଧକ୍ଷ ରୂପେ ଦାୟିତ୍ୱ ନେଲେ ଉଜ୍ୱଳ ଗୁପ୍ତା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ପୌର ପରିଷଦ ଅଧକ୍ଷ ରୂପେ ଉଜ୍ଜ୍ୱଳ ଗୁପ୍ତା ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂଜା ଅର୍ଚ୍ଚନା କରି ଅଧ୍ୟକ୍ଷ ପଦର ଦାୟିତ୍ୱ ନେଇଛନ୍ତି ଉଜ୍ୱଳ ଗୁପ୍ତା । ପ୍ରଥମେ ଅଧକ୍ଷ କୋଠରୀ ସମ୍ମୁଖରେ ମୁଣ୍ଡିଆ ମାରି ଦାୟିତ୍ୱ ନେଇଥିଲେ । ଏନ୍‌ଏସି ପକ୍ଷରୁ ତାଙ୍କୁ ସ୍ଵାଂଗତ ସମ୍ବର୍ଦ୍ଧନା କରିଥିବା ବେଳେ ଖଡ଼ିଆଳ ଅଞ୍ଚଳର ଅଣକୋଣର ସମାଜସେବୀ ଓ ଭଦ୍ରବ୍ୟକ୍ତି ଆସି ସ୍ଵାଂଗତ କରିଛନ୍ତି । ନୂତନ ଖଡ଼ିଆଳ ଗଠନ ପ୍ରାଥମିକତା ରହିବା ସହ ଖଡ଼ିଆଳର ସ୍ଵତନ୍ତ୍ର ପରିଚୟ ମିଳିତ ରୂପେ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ । ସ୍ଵଚ୍ଛତା, ସବୁଜ ଖଡ଼ିଆଳର ପ୍ରଥମ କାର୍ଯ୍ୟ ଅଟେ । ଖଡ଼ିଆଳ ବିଧାୟକଙ୍କ ଉନ୍ନତ ଡ୍ରେନ ବ୍ୟବସ୍ଥା ସହ ନିର୍ବାଚନ ଇସ୍ତାହାର ଏକ ବର୍ଷ କିମ୍ବା ଦେଢ଼ ବର୍ଷ ମଧ୍ୟରେ ପୂରଣ କରିବୁ ବୋଲି କହିଥିଲେ ।

Leave A Reply

Your email address will not be published.

fifteen − 10 =