ନିଷ୍ଠା ପରିବାର ଓ ଶହୀଦ ରଞ୍ଜନ ଦାଶ ସ୍ମୃତି କମିଟି ତରଫରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରକ୍ତ ଭଣ୍ଡାରରେ ରକ୍ତ ଅଭାବକୁ କିଛି ପରିମାଣରେ ଦୂର କରିବା ପାଇଁ ନିଷ୍ଠା ପରିବାରର ପ୍ରୟାସ ଜାରି ରହିଛି । ଶହୀଦ ରଞ୍ଜନ ଦାଶଙ୍କ ଷଷ୍ଠ ଶହୀଦ ବାର୍ଷିକି ପାଳନ ଅବସରରେ ନିଷ୍ଠା ପରିବାର ଓ ଶହୀଦ ରଞ୍ଜନ ଦାଶ ସ୍ମୃତି କମିଟି ଖଣ୍ଡହତା ବରଗଡ଼ର ମିଳିତ ଉଦ୍ୟମରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଖଣ୍ଡହତା, ବରଗଡ ଠାରେ ଆୟୋଜନ କରାଯାଇଥିଲା । ଏହି ଶିବିରକୁ ଭଗବାନ ସାହୁ, ଏସିଷ୍ଟାଣ୍ଡ କମାଣ୍ଡେଣ୍ଟ, ଗୃପ ସେଣ୍ଟର, ସମ୍ବଲପୁର ଓ ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର ଫିତାକାଟି ଉଦ୍‌ଘାଟନ କରିଥିଲେ ଓ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ବରଗଡ ରକ୍ତ ଭଣ୍ଡାର ଦ୍ୱାରା ମୋଟ ୨୭ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଶିବିର ପରିଚାଳନାରେ ନିଷ୍ଠା ପରିବାରର ସଭାପତି ରକ୍ଷପାଳ ସାହୁ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ଶହୀଦ ରଞ୍ଜନ ଦାଶ ସ୍ମୃତି କମିଟିର ସଭାପତି ବିଦ୍ୟାଧର ଭୋଇ, ଶହୀଦ ରଞ୍ଜନଙ୍କ ବଡ ଭାଇ ଉତ୍ତମ ଦାଶ ,ମଦନ ମୋହନ ଦାଶ ଓ କମିଟ ପୂର୍ଣ୍ଣମାତ୍ରାରେ ସହଯୋଗ କରି ଶିବିରକୁ ସଫଳ କରିଥିଲେ ।

Leave A Reply

Your email address will not be published.

eleven − two =

error: Content is protected !!