pakka

ଯୁବ ଗୋଷ୍ଠୀଙ୍କ ଦ୍ଵାରା ଗାଁ ସଫେଇ କାର୍ଯ୍ୟକ୍ରମ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତର ରୁଗୁଡ଼ିପାଲି ଗାଁର ମଧ୍ୟ ଭାଗରୁ ପୋଖରୀ ପର୍ଯ୍ୟନ୍ତ ରାସ୍ତା ସଫା କରାଯାଇଛି । ଗାଁର ରମେଶ ବେହେରା, ମାନସ ତ୍ରିପାଠୀ, କାର୍ତ୍ତିକ ଭୋଇ ଓ ନିରୋଜ ବଗର୍ତ୍ତି ନେତୃତ୍ୱରେ ଗାଁର ୩୦ରୁ ଅଧିକ ଯୁବକ ଗାଁରୁ ପୋଖରୀକୁ ଯାଇଥିବା ରାସ୍ତା ସଫା କରିଛନ୍ତି । ପ୍ରତିବର୍ଷ ଗାଁ କଲ୍ୟାଣ ସମିତି ମାଧ୍ୟମରେ ସରକାର ଟଙ୍କା ଦେଉଥିବା ବେଳେ କାହିଁକି ଅଙ୍ଗନୱାଡ଼ି କର୍ମୀମାନେ ସଫେଇ କରୁନାହାନ୍ତି ବୋଲି ଗାଁର ଯୁବ ଗୋଷ୍ଠୀ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ପଚାରିବାରୁ ସରକାର ଗାଁ ସଫା କରିବାକୁ ଟଙ୍କା ଦେଉ ନାହାନ୍ତି । ସେଥିପାଇଁ ସଫା କରାଯାଉନାହିଁ ବୋଲି କହିଥିଲେ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

seventeen + 14 =