କନିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଓଡ଼ିଶା କନିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ଅନୁସାରେ, ସମଗ୍ର ଶିକ୍ଷା ଅଧୀନରେ ପ୍ରଥମ ଶ୍ରେଣୀରୁ ଯୁକ୍ତ୨ ଶ୍ରେଣୀ ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବର୍ଗ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ପାଉଥିବା ବେଳେ ପ୍ରାଥୀମିକ ବର୍ଗର କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପରିତ୍ୟକ ଅବସ୍ଥାରେ ଛାଡି ଦିଆଯାଉଛି । ଏନେଇ ଶ୍ରମ ମନ୍ତ୍ରାଳୟ ସୁପାରିଶ ଅନୁଯାୟୀ ଜଣେ ଅଣ କୁଶଳୀ ଶ୍ରମିକଙ୍କ ଠାରୁ ମଧ୍ୟ କମ ପାରିଶ୍ରମିକ ଅନୁଯାୟୀ ମାସକୁ ୬୫୧୨ଟଙ୍କା ପାଇ ଆସିଛୁ । ଏବେ ମାହାଙ୍ଗା ମାଡ଼ରେ ଦରଦାମ ବୃଦ୍ଧି ପାଉଥିବା ବେଳେ ଦୈନିକ ୨୧୭ ଟଙ୍କାରେ ପରିବାର ପ୍ରତିପୋଷଣ କରିବା ଅସମ୍ଭବ ହୋଇଗଲାଣି । ଏହାକୁ ନେଇ ଗତ କ୍ୟାବିନେଟ ବୈଠକରେ କର୍ମଚାରୀଙ୍କ ଦରମା ବୃଦ୍ଧି ସହ ଅନ୍ୟାନ ସୁବିଧା ସୁଯୋଗ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ୫ ବର୍ଷ ହେଲା ପାରିଶ୍ରମିକ ବୃଦ୍ଧି ପାଇଁ ସରକାରଙ୍କୁ ବାରମ୍ବାର ଦାବୀ ଜଣାଇ ଆସୁଥିଲେ ମଧ୍ୟ କନିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ପାରିଶ୍ରମିକ ୧ ଟଙ୍କା ମଧ୍ୟ ବୃଦ୍ଧି ପାଉନି ବୋଲି ସଂଘ ସଭାପତି ରାୟଦତ୍ତ ବିଶ୍ୱାଳ, ସମ୍ପାଦକ ଅମିତାଭ ବାରିକ ଦାବୀ କରିବା ସହ ଅନ୍ୟମାନଙ୍କ ମଧ୍ୟରେ ସହ ସମ୍ପାଦକ ଜ୍ୟୋତିର୍ମୟୀ ସାହୁ, କୋଷାଧକ୍ଷ ସୁଜିତ ମିଶ୍ର, ଅଜୟ ଦିଲୀପ ତ୍ରିପାଠୀ, ମାନସ ନାଥ, ତେଜସ୍ୱିନୀ ମୁଣ୍ଡା, ସୂର୍ୟସ୍ମିତା ଶୁକ୍ଳା, ସ୍ମିତା ବିଶି ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଦାବୀପତ୍ର ପ୍ରଦାନ କରିବା ସହ ଗୁଣାତ୍ମକ ଶିକ୍ଷାକୁ ଦୃଷ୍ଟିରେ ରଖି କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ପାରିଶ୍ରମିକ ବୃଦ୍ଧି ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକଲେ ନିଜ ହକ ପାଇଁ ରାଜରାସ୍ତାକୁ ଉଲ୍ଲାଇବାକୁ ବାଧ୍ୟ ହେବେ ବୋଲି ସେମାନେ କହିଛନ୍ତି ।

Leave A Reply

Your email address will not be published.