ଆଦିବାସୀ ସ୍ପୋଟିଂ କ୍ଳବ୍ ତରଫରୁ ଆୟୋଜିତ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ଲୋଇସିଂହା ବ୍ଲକ ବୁଢ଼ୀପଦର ପଞ୍ଚାୟତ ସଲତରପାଲି ଗ୍ରାମରେ ଆଦିବାସୀ ସ୍ପୋଟିଂ କ୍ଳବ୍ ତରଫରୁ ଆୟୋଜିତ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କେଶରୀୟା ହିନ୍ଦୁ ବାହିନୀର ରାଜ୍ୟ ସଭାପତି ସନ୍ତୋଷ ଭୋଳ ଯୋଗ ଦେଇ ବଡ଼ଟିକା ଫୁଟବଲ୍ ଆସୋସିଏସନ୍ ପେନାଲ୍ଟି ସୁଟରେ ବଡ଼ିବାହାଲ୍ ଫୁଟବଲ୍ ଆସୋସିଏସନକୁ ହରାଇ ଚାମ୍ପିଅନ ହୋଇଥିବାରୁ ବଡ଼ଟିକା ଫୁଟବଲ୍ ଆସୋସିଏସନକୁ ପୁରସ୍କୃତ କରିଥିଲେ । ଏଥିରେ ରାଜ୍ୟ ସଭାପତି ଶ୍ରୀ ଭୋଳଙ୍କ ସହ ବଲାଙ୍ଗିର ଜିଲ୍ଲା କାର୍ଯ୍ୟକର୍ତ୍ତା ଏବଂ ଲୋଇସିଂହା ବ୍ଲକ୍ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.