csstore

ସ୍ୱିଚଅନ୍ ଫାଉଣ୍ଡେସନ ଦ୍ୱାରା ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ଦେଓଗାଁ, (କେପିଏନଏସ୍‌) : ଦେଓଗାଁ ବ୍ଲକ ଅଧିନସ୍ଥ ମକୁନ୍ଦପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ହିର୍ଲିମାଲ ଗ୍ରାମର କ୍ଲବ ପ୍ରାଙ୍ଗଣରେ ସ୍ୱିଚଅନ୍ ଫାଉଣ୍ଡେସନ ଦ୍ୱାରା ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଉକ୍ତ ପତାକା ଉତ୍ତୋଳନ ସମାରୋହରେ ଗ୍ରାମର ଛଅଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଆଗ୍ରହୀ ଶିକ୍ଷିତ ଯୁବଗୋଷ୍ଠୀ ବୁଦ୍ଧିଜୀବୀ, ସମାଜସେବୀ ଓ ପ୍ରକୃତି ମଞ୍ଚର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଡ୍ରିମ ଇଣ୍ଡିଆର ସମ୍ପାଦକ ଆଶିଷ କୁମାର ରାଜହଂସଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇଥିଲା । ସମ୍ମାନିତ ଅତିଥି ଭାବରେ ସ୍ଵିଚଅନ ଫାଉଣ୍ଡେସନର ପ୍ରୋଜେକ୍ଟ ମେନେଜର ମିହିର କୁମାର ବାରିକ୍, ଡିଆର୍‌ଡିଏର ଇଞ୍ଜିନିୟର ଆଲୋକ କୁମାର ପ୍ରଧାନ, ସମାଜସେବୀ ରୁପାଧର ପୁଟା, ସମାଜସେବୀ ତଥା ପୂର୍ବତନ ନାଏବ ସରପଞ୍ଚ ଶ୍ରୀବସି ନାଗ ପ୍ରମୁଖ ଉପସ୍ଥିତ ରହି ସାଧାରଣତନ୍ତ୍ର ଦିବସ ଅବସରରେ ନିଜ ନିଜର ମତାମତ ଉପସ୍ଥାପନା କରିଥିଲେ ।

jayashree
Leave A Reply

Your email address will not be published.