csstore

୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ଆଜି ୭୪ତମ ସାଧାରଣତନ୍ତ୍ର ଦିବସ ଖୋର୍ଦ୍ଧା ସ୍ଥିତ ଅଣ୍ଡା ଗ୍ରାମରେ ଥିବା ତପସ୍ୟା ଜନକଲ୍ୟାଣ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଛି । ଶ୍ରୀ ଶାଳେଶ୍ୱର ସ୍ଵପ୍ନେଶ୍ୱର୍ ଦେବ ବିଦ୍ୟାପୀଠର ସମସ୍ତ ଛାତ୍ରଛାତ୍ରୀମାନଙ୍କ ସହିତ ଅନୁଷ୍ଠାନର ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହିଥିଲେ । ସ୍କୁଲର ପ୍ରଧାନ ଶିକ୍ଷକ ଗଣେଶ ପୃଷ୍ଟି ପତାକା ଉତ୍ତୋଳନ କରିବା ସହିତ ନିଜର ବକ୍ତବ୍ୟ ରଖିଥିଲେ ଏବଂ ଶିକ୍ଷକ ମନୋଜ ମହାପାତ୍ର, ସ୍କାଉଟ ଟ୍ରେନର ଚିତ୍ତରଞ୍ଜନ ବରାଳ, ପିଇଟି ନିତ୍ୟାନନ୍ଦ ସାହୁ, ଜଗମୋହନ ସୁବୁଦ୍ଧି, ବାଦଲ ବରାଳ, ରବି ମହାନ୍ତି, ସୁଦୀପ୍ତ ବେହେରା, ଆକାଶ ବରାଳ, ରଞ୍ଜନ ମହାନ୍ତି, ବାନୁରି ବରାଳ, ଅନିଆ ମହାନ୍ତି ଉପସ୍ଥିତ ଥିଲେ । ଅନୁଷ୍ଠାନର ସମ୍ପାଦକ ପବିତ୍ର କୁମାର ବରାଳ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

jayashree
Leave A Reply

Your email address will not be published.