ବଇଦିପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ନିକଟସ୍ଥ ବଇଦିପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ ଖମାରୀ ଯୋଗଦାନ କରି ପତାକା ଉତ୍ତୋଳନ କରିଥିଲେ । କୋଭିଡ଼ କଟକଣା ଅନୁପାଳନ ପୂର୍ବକ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅନୁପସ୍ଥିତ ଥିବାବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ପରିଚାଳନା କମିଟିର ସଦସ୍ୟ ବୃନ୍ଦ ତଥା ଅନ୍ୟ ଅତିଥି ମାନେ ଯୋଗ ଦେଇଥିଲେ । ଏଥିରେ ପ୍ରଧାନ ଶିକ୍ଷକ ଶ୍ରୀ ଖମାରୀଙ୍କ ସହ ଅନିଲ ହୋତା, ବିପିନ ବିଶ୍ୱାଲ, ସ୍ମିତାଞ୍ଜଳି ପାଠୀ, ଚକ୍ର ଥାଟି, ମୁନା ସାହୁ, ସୁରେଶ ଥାଟି, ନୃତ୍ୟ ସାହୁ ତଥା ଅନ୍ୟ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ । ଏହି ଅବସରରେ ଗ୍ରାମର ବରିଷ୍ଠ ନାଗରିକ, ୱାର୍ଡ ମେମ୍ବର ତଥା ସମାଜସେବୀ ସନ୍ତୋଷ ସାହୁ, ହୁସେନ ନାଗ ପ୍ରମୁଖ ମଧ୍ୟ ଉପସ୍ଥିତ ରହିଥିଲେ । ଏହି ଐତିହାସିକ ଦିବସରେ ପୂର୍ବତନ ସୈନିକ ସଂଘର ସମ୍ପାଦକ ପ୍ରତାପ ଚନ୍ଦ୍ର ରଥ, କୋଷଧ୍ୟକ୍ଷ ଘାସିରାମ ବେହେରା, ସଂଯୋଜକ କୃଷ୍ଣଚନ୍ଦ୍ର ପରମଗୁରୁ, ସୁନୀଲ ମାଝୀ ପ୍ରମୁଖଙ୍କୁ ପ୍ରଧାନ ଶିକ୍ଷକ ଶ୍ରୀ ଖମାରୀ ସମ୍ମାନିତ କରିଥିଲେ ।

Leave A Reply

Your email address will not be published.

seven + nine =