oom

ପୃଥୀରାଜ ହାଇସ୍କୁଲ ୧୯୭୭ ବେଚ୍‌ ପକ୍ଷରୁ ସାଧାରଣ ସଭା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିକଟସ୍ଥ ପଥରଚେପା ପଞ୍ଚବଟୀ ଉଦ୍ୟାନ ଠାରେ ପୃଥୀରାଜ ହାଇସ୍କୁଲ ୧୯୭୭ ବେଚ୍‌ ବଲାଙ୍ଗିରର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ରତନ କୁମାର ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ୫୪ ଜଣ ସହପାଠୀ ସଭ୍ୟ ଅଂଶଗ୍ରହଣ କରିଥିଲେ । ପରଲୋକ ଗମନ କରିଥିବା ସହପାଠୀମାନଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ଗତ ଅକ୍ଟୋବର ମାସରେ ଏହି ଅନୁଷ୍ଠାନ ସୋସାଇଟି ରେଜିଷ୍ଟ୍ରେସନ୍‌ ଆକ୍ଟରେ ପଂଜିକରଣ ହୋଇଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ । ଏଥିରେ ଆଗାମୀ ସମୟ ପାଇଁ ସର୍ବସମ୍ମତି କ୍ରମେ ସଭାପତି ଭାବେ ରତନ କୁମାର ମହାରଣା, ଉପ ସଭାପତି ଭାବେ ରାଜକିଶୋର ଦାଶ, ସଂପାଦକ ଭାବେ ସୁକାନ୍ତ ପୁରୋହିତ, ସହସଂପାଦକ ପ୍ରଦୀପ କୁମାର ମିଶ୍ର, କୋଷାଧ୍ୟକ୍ଷ ବ୍ରଜବନ୍ଧୁ ସାଏ, କାର୍ଯ୍ୟକାରୀ ସଭ୍ୟ ଭାବେ ବୀରେନ୍ଦ୍ର କୁମାର ମିଶ୍ର, ସଲିମ ଖାନ୍‌, ନରେନ୍ଦ୍ର ଆଚାର୍ଯ୍ୟ, ମୋହନ ଗୋପାଳ ପଣ୍ଡା ଓ ସତ୍ୟନାରାୟଣ ପଣ୍ଡା ମନୋନୀତ ହୋଇଥିଲେ । ଏହି ସଭାରେ କୋଭିଡ଼ ଗାଇଡ଼୍‌ ଲାଇନ୍‌ ଅନୁଯାୟୀ ନେତାଜୀ ସୁଭାଷ ବୋଷ ଜୟନ୍ତୀ ପାଳନ କରାଯିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିବା ବେଳେ ବୃକ୍ଷରୋପଣ, ସଂକ୍ରାମକ ରୋଗ ଦୂରୀକରଣ ପାଇଁ ସଚେତନତା ଓ ସରକାରଙ୍କ ଘୋଷିତ ସାମାଜିକ କାର୍ଯ୍ୟକ୍ରମ ଗୁଡ଼ିକୁ ସଫଳ କରାଯିବା ଉପରେ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସଭା ପରିଚାଳନାରେ ଡା.ସିଦେ୍ଧଶ୍ୱର ମିଶ୍ର, ପ୍ରଦୀପ ସାଏ, ମାନୁଏଲ ବାରିକ, ଜୟପ୍ରକାଶ ପଣ୍ଡା, ଗଜେନ୍ଦ୍ର ସରାଫ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.