pakka

ହୋଲିରେ ମସ୍‌ଗୁଲ୍‌ ରାଜନେତା କନକ ବର୍ଦ୍ଧନ ସିଂହଦେଓ : କର୍ମୀ, ସମର୍ଥକ ଓ ସାଧାରଣ ଲୋକଙ୍କ ସହ ଖେଳିଲେ ହୋଲି

bbehera

ପାଟଣାଗଡ଼, (ଅଶୋକ କୁମାର ବାଗ) : କିଛିଦିନ ପରେ ନିର୍ବାଚନ । ନେତା ଏବେ କର୍ମୀଙ୍କ ସହଯୋଗ କାମନାରେ ଲାଗିଛନ୍ତି । ହୋଲି ଅବସରରେ ନେତାମାନେ କର୍ମୀଙ୍କୁ ନେଇ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରି କର୍ମୀଙ୍କ ଉତ୍ସାହ ବୃଦ୍ଧି କରୁଛନ୍ତି । ତେବେ ପାଟଣାଗଡରୁ ଭାରତୀୟ ଜନତା ପାର୍ଟିରୁ ଲୋକସଭା ପ୍ରାର୍ଥୀ ହେବାକୁ ଥିବା କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ହୋଲି ଅବସରରେ କର୍ମୀଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସେ ଦଳୀୟ କର୍ମୀଙ୍କ ସହ ମିଶି ହୋଲି ଖେଳିଥିବା ଦେଖିବାକୁ ମିଳିଛି । ରଙ୍ଗ ବେରଙ୍ଗର ଫଗୁର ଆସ୍ତରଣ ଯୋଗୁଁ କନକ ବର୍ଦ୍ଧନ ସିଂହଦେଓଙ୍କୁ ଚିହ୍ନିବା ମୁସ୍କିଲ ହୋଇପଡିଛି । ଏନେଇ ଶ୍ରୀ ସିଂହଦେଓ କହିଛନ୍ତି, ହୋଲି ଏକ ଭାଇଚାରାର ପର୍ବ । ଏହା ସମସ୍ତଙ୍କୁ ଏକାଠି ରହିବାର ବାର୍ତ୍ତା ଦେଇଥାଏ । ତେବେ ହୋଲି ଖେଳ ଅବସରରେ ବହୁ କର୍ମୀ ବିଜେପିରେ ଯୋଗ ଦେଇଥିଲେ । ତେବେ ସେବା ହିଁ ତାଙ୍କର ମୂଳ ଲକ୍ଷ୍ୟ ବୋଲି ଶ୍ରୀ ସିଂହଦେଓ କହିଥିବା ବେଳେ ଜନସାଧାରଣଙ୍କ ସହ ହୋଲି ଖେଳି ରାଜ୍ୟବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି । ତେବେ ଆଗାମୀ ନିର୍ବାଚନରେ ବିଜେପି ପାଟଣାଗଡ଼ ସହିତ ରାଜ୍ୟରେ ମଧ୍ୟ ବିପୁଳ ସମର୍ଥନ ସହ ଜିତିବ ବୋଲି କନକ ବର୍ଦ୍ଧନ ସିଂହଦେଓ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

nineteen + 20 =