pakka

ନବପ୍ରଭା ଖୁଲା ଆଶ୍ରୟସ୍ଥଳୀରେ ଅନ୍ତେବସୀଙ୍କ ସହ ହୋଲି ଖେଳିଲେ ହେଲ୍‌ପିଙ୍ଗ ହେଲ୍‌ପ୍‌ଲେସ୍‌ ପିପୁଲ୍ ଫାଉଣ୍ଡେସନ୍‌

bbehera

ଖଡିଆଳ, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଗଡ଼ରାମୁଣ୍ଡା ଗ୍ରାମ ସ୍ଥିତ ନବପ୍ରଭା ଖୁଲା ଆଶ୍ରୟସ୍ଥଳୀରେ ହେଲ୍‌ପିଙ୍ଗ ଫର୍ ହେଲ୍‌ପ୍‌ଲେସ୍‌ ପିପୁଲ୍ ଫାଉଣ୍ଡେସନ ତରଫରୁ ରଙ୍ଗର ପର୍ବ ହୋଲି ଖେଳିଛନ୍ତି । ରଙ୍ଗର ପର୍ବ ହୋଲି ପର୍ବ ପାଳନ କରିଥିବା ବେଳେ ଅନ୍ତେବାସୀଙ୍କ ମୁଁହରେ ହସ ଫୁଟେଇବା ଚେଷ୍ଠା କରିଛନ୍ତି । ଆଜି ହୋଲି ଅବସରରେ ଅନ୍ତେବାସୀ ଶିଶୁଙ୍କ ସହ ଖେଳିବା ରଙ୍ଗ ଲଗାଇବା ଏବଂ ଉଭୟ ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ହୋଲି ପର୍ବ ପାଳନ ଅବସରରେ ଅନେକ ଉପହାର ସହ ମିଷ୍ଟାନ୍ନ ଓ ଚକ୍‌ଲେଟ୍ ବଣ୍ଟନ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ କୈଳାଶ ନାଗ, ରାଜେଶ୍ୱରି ଦର୍ଜି, ଦାମୋଧର ବେମାଲ, ବିନ୍ଦୀଆ ଅଗ୍ରୱାଲ, ସାର୍ଥକ ମୁଣ୍ଡ, ପ୍ରତିଭା ପଟେଲ, ରାମକୃଷ୍ଣ ବେହେରା, ଦୁଃଖିଶ୍ୟମ ନାଗଙ୍କ ସହତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହି ହୋଲି ପର୍ବ ପାଳନ କରିଥିଲେ ।

Leave A Reply

Your email address will not be published.

four × five =