pakka

ଘୋଷଣା ହେଲା ସାଧାରଣ ନିର୍ବାଚନ ୨୦୨୪

bbehera

ନୂଆଦିଲ୍ଲୀ : ଆଜି ଘୋଷଣା ହୋଇଛି ସାଧାରଣ ନିର୍ବାଚନ ୨୦୨୪ । ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଏକ ପ୍ରେସ୍‌ମିଟ୍‌ରେ ଭାରତୀୟ ନିର୍ବାଚନ କମିଶନ ରାଜୀବ କୁମାର ତାରିଖ ଘୋଷଣା କରିଛନ୍ତି । ମେ’ ୧୩.୨୦.୨୫ ଏବଂ ଜୁନ୍‌ ୧ରେ ଓଡ଼ିଶାରେ ନିର୍ବାଚନ ହେବ । ଜୁନ୍‌ ୪ ମଙ୍ଗଳବାର ଭୋଟ୍‌ ଗଣତି ହେବ । ଓଡ଼ିଶାରେ ମେ’ ୧୩ ଅର୍ଥାତ୍‌ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ମାଲକାନଗିରି ଏବଂ ଗଜପତିରେ ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି ମେ’ ୨୦ ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ଼, ବଲାଙ୍ଗିର, ସୁନ୍ଦରଗଡ଼, କନ୍ଧମାଳ, ବୌଦ୍ଧ ଏବଂ ଗଞ୍ଜାମରେ ହେବ ସାଧାରଣ ନିର୍ବାଚନ । ମେ’ ୨୫ରେ ସମ୍ବଲପୁର, କେନ୍ଦୁଝର, କଟକ, ପୁରୀ, ଢେଙ୍କାନାଳ, ଖୋର୍ଦ୍ଧା, ଦେବଗଡ଼, ଅନୁଗୋଳ, ନୟାଗଡ଼ରେ ନିର୍ବାଚନ ହେବାକୁ ଥିବା ବେଳେ ଜୁନ୍‌ ୧ରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଏବଂ ଜଗତସିଂହପୁରରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ପ୍ରେସ୍‌ମିଟ୍‌ରେ କୁହାଯାଇଛି ।

Leave A Reply

Your email address will not be published.

4 × 1 =