pakka

ଆଇନ ମହାବିଦ୍ୟାଳୟରେ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପାଳିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟ ଠାରେ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଅଧ୍ୟକ୍ଷା ଡ. ସମ୍ପାଦିକା ମହାନ୍ତିଙ୍କ ଅଧ୍ୟକ୍ଷତା କରିଥିବା ବେଳେ ରାଉରକେଲା ଓକିଲ ସଂଘର ବରିଷ୍ଠ ଆଇନଜୀବୀ କୈଳାସ ଚନ୍ଦ୍ର ପ୍ରଧାନ ଅତିଥି ଭାବେ ଯୋଗଦେଇ ଉପଭୋକ୍ତାଙ୍କ ଅଧିକାର ସମ୍ପର୍କରେ ବ୍ୟାପକ ଭାବେ ଆଲୋଚନା କରିଥିଲେ । ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ ଉପଭୋକ୍ତା ସଚେତନ ନହେଲେ ତାହାର ପରିଣାମ ଓ ସଚେତନ ହେଲେ ତା’ର ଉପକାରିତା ଉପରେ ଆଲୋକପାତ କରିଥିଲେ । ସେ ଏହି ଅବସରରେ ବିଭିନ୍ନ ଦେଶରେ ଥିବା ଆଇନର ଦୃଷ୍ଟାନ୍ତ ଦେଇ ଆନ୍ତର୍ଜାତିକ ଉପଭୋକ୍ତା ଅଧିକାର ଦିବସ ପାଳନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ସେମାନଙ୍କ ମତ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଉପଭୋକ୍ତା ସଚେତନତା ଉପରେ ନାଟକ ପ୍ରଦର୍ଶିତ କରାଯାଇଥିଲା । ପରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ମାନଙ୍କ ଦ୍ୱାରା ଏକ ସ୍ଲୋଗାନ ଶୋଭାଯାତ୍ରା ନୟାବଜାର ଅଞ୍ଚଳ ପରିକ୍ରମା କରି ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରାଇଥିଲେ ।

Leave A Reply

Your email address will not be published.

four + seven =