ବିଶ୍ୱ ଖାଉଟି ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଅମଲା ଭବନ ଠାରେ ଜିଲ୍ଲା ବୈଧ ମାପ ବିଜ୍ଞାନ ବିଭାଗ ଆନୁକୁଲ୍ୟରେ ତଥା ବଲାଙ୍ଗିର ଭଗବତି ନଗର ସ୍ଥିତ ଆଦିତ୍ୟ ଏଜୁକେଶନାଲ ଓ ଚେରିଟେବୁଲ ଟ୍ରଷ୍ଟ ସହଯୋଗରେ ଜିଲ୍ଲା ସ୍ତରୀୟ ବିଶ୍ୱ ଖାଉଟି ଅଧିକାର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କର୍ମଶାଳରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଜିଲ୍ଲା ଯୋଗାଣ ବିଭାଗର ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରୀତମ ଦାସ । ଅନ୍ୟତମ ଅତିଥି ଭାବରେ ଉପସ୍ଥିତ ଥିଲେ ଜିଲ୍ଲା ବୈଧ ମାପ ବିଜ୍ଞାନର ଉପ ନିୟନ୍ତ୍ରକ ବାସନ୍ତି ନାଏକ, ନିରିକ୍ଷକ ସୁଶାନ୍ତ ସାହୁ ତଥା ଜିଲ୍ଲା ଯୋଗାଣ ବିଭାଗର ଏମ୍‌ଆଇ ଜ୍ୟୋତି ପ୍ରକାଶ ଦାଶ । କାର୍ଯ୍ୟକ୍ରମରେ ସାଧାନକର୍ମୀ ଭାବରେ ଯୋଗଦାନ କରିଥିଲେ ରାଜ୍ୟ ସ୍ତରୀୟ ତାଲିମଦାତା ଅଶୋକ କୁମାର ମେହେର । କର୍ମଶାଳାର ଶିର୍ଷକ ଥିଲା ଉପଭୋକ୍ତାମାନଙ୍କ ପାଇଁ ସ୍ୱଚ୍ଛ ଓ ଦାୟିତ୍ୱ ସମ୍ପର୍ଣ୍ଣ କୁତ୍ରିମ ବୁଦ୍ଧିମତାର ଉପଯୋଗ । କର୍ମଶାଳାରେ ପ୍ରୋଜେକ୍ଟର ଜରିଆରେ ମଧ୍ୟ ଅଂଶଗ୍ରହଣକାରୀଙ୍କୁ ଶିକ୍ଷା ପ୍ରଦାନ କରାଯାଇଥିଲା । କର୍ମଶାଳାରେ ବିଭିନ୍ନ ବର୍ଗର ପ୍ରାୟ ୫୦ ଜଣ ଅଂଶଗ୍ରହଣକାରୀ ଉପସ୍ଥିତ ରହିଥିଲେ । ସଭାକୁ ପରିଚାଳନା କରିଥିଲେ ଏଡ୍‌ଭୋକେଟ୍‌ ଏସ୍‌ କିରନ ପ୍ରସାଦ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଟ୍ରଷ୍ଟର ନିର୍ଦ୍ଦେଶକ ଶଙ୍କର୍ଷଣ ତ୍ରିପାଠି । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଟ୍ରଷ୍ଟର ମୁଖ୍ୟ ଟ୍ରଷ୍ଟି ଡଲିମୟୀ ମିଶ୍ର ।

Leave A Reply

Your email address will not be published.

two × 5 =

error: Content is protected !!