pakka

କଳାହାଣ୍ଡିରେ ମାଓ କ୍ୟାମ୍ପ ଠାବ : ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ, ଏସ୍‌ପିଙ୍କ ସାମ୍ବାଦିକ ସମ୍ମିଳନୀ

bbehera

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଯୁଗସାଇପାଟଣା ମନସ୍କା ଗାଁ ନିକଟ ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଠାବ । ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ସମ୍ପର୍କରେ ଆଜି କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଅଭିଳାଷଜୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ମନସ୍କା ଗାଁ ନିକଟସ୍ଥ ଜଙ୍ଗଲରେ ଦଶରୁ ବାରଜଣ ମାଓବାଦୀ ଚଳପ୍ରଚଳ କରୁଥିବା ନେଇ ସୂଚନା ପାଇବା ପରେ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ସିଆର୍‌ପିଏଫ୍‌ ଓ ଏସ୍‌ଓଜି ପକ୍ଷରୁ ମିଳିତ ଅପରେସନ ଆରମ୍ଭ କରାଯାଇଥିଲା । ସୁରକ୍ଷା କର୍ମୀଙ୍କୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ପରେ ସେଠାରେ ମାଓ କ୍ୟାମ୍ପ ଠାବ କରିଥିଲା ସୁରକ୍ଷା କର୍ମୀ । ଅନେକ ମାଓ ସାମଗ୍ରୀ ଜବତ କରିବା ସହ ଗୋଟିଏ ଲେଣ୍ଡ ମାଇନସ୍‌କୁ ସେଠାରେ ନଷ୍ଟ କରାଯାଇଥିଲା । ବର୍ତ୍ତମାନ ମଧ୍ୟ ମନସ୍କା ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପ୍‌ରେସ୍‌ନ ଜାରି ରହିଛି । ମାଓ କ୍ୟାମ୍ପ ଠାବ ସମୟରେ ୫୮ଟି ଜୀବନ୍ତ ଗୁଳି, ନକ୍ସଲ ପୋଷାକ, ଅନେକ ପରିମାଣର ଜିଲୋଟିନ, ଡେଟୋନେଟର, ହେଣ୍ଡ ଗ୍ରେନେଟ, ବନ୍ଧୁକ ପାଉଡର ସମେତ ମାଓ ବ୍ୟାନର ମଧ୍ୟ ଜବତ୍‌ କରାଯାଇଛି । ଜବତ ବ୍ୟାନରରେ ଟାପ୍‌ରେଙ୍ଗ୍‌ ମାଓ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଆହ୍ୱାନ ରହିଥିବା ବେଳେ ଖଣି ଖନନକୁ ବିରୋଧ ପାଇଁ ମଧ୍ୟ ପୋଷ୍ଟରରେ ଉଲ୍ଲେଖ ରହିଛି । ଏହି କ୍ୟାମ୍ପରେ ବଂଶଧାରା, ଘୁମୁସର, ନାଗାବଳୀ ଡିଭିଜନ କମିଟି ସଦସ୍ୟ ଓ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼ ଡିଭିଜନାଲ ଟିମର ମାଓ ସଦସ୍ୟ ଥିବାବେଳେ ଏକ ବଡ଼ ଯୋଜନା ଚାଲିଥିବା ବେଳେ ସୁରକ୍ଷା କର୍ମୀଙ୍କୁ ଦେଖି ଅନ୍ଧାର ରାତିର ସୁଯୋଗ ନେଇ ଛତ୍ରଭଙ୍ଗ ଦେଇଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

jay balangir
Leave A Reply

Your email address will not be published.

three + thirteen =