pakka

ସୁପ୍ରିମଟାକ୍ସ ଠାରେ ମହା ସ୍ୱାସ୍ଥ୍ୟ କର୍ମଶାଳା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସ୍ଥିତ ସୁପ୍ରିମଟାକ୍ସ ଜେନେରାଲ ହସ୍‌ପିଟାଲ୍‌ ଓ ନେତ୍ର ନିକେତନ ଠାରେ ଆଜି ସୁପ୍ରିମଟାକ୍ସ ଅଧ୍ୟକ୍ଷ ଅଜିତ ପାଲଙ୍କ ଉଦ୍ୟମ କ୍ରମେ ଚକ୍ଷୁ ସ୍ୱାସ୍ଥ୍ୟ ସମସ୍ୟା ଓ ନିରାକରଣ ପାଇଁ ଏକ ମହା ସ୍ୱାସ୍ଥ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ୩୦୦ରୁ ଅଧିକ ଆଶାକର୍ମୀ, ଏସ୍‌.ଏଚ୍‌.ଜି. ମହିଳା କର୍ମୀ ଓ ଅଙ୍ଗନୱାଡି କର୍ମୀ ଅଂଶଗ୍ରହଣ କରିଥିଲେ । ଅଧ୍ୟକ୍ଷ ଅଜିତ ପାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ବଲାଙ୍ଗିର ଜିଲ୍ଲାରେ ଲାଗି ରହିଥିବା ଚାଲସିଆ ଚକ୍ଷୁରୋଗ ବ୍ୟାପକ ମାତ୍ରାରେ ବୃଦ୍ଧି ପାଉଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ । ପ୍ରତ୍ୟେକ ବର୍ଷ ହଜାର ହଜାର ଚକ୍ଷୁ ଅସ୍ତ୍ରୋପଚାର ମାଗଣାରେ କରାଯାଉଥିବା ପରିପ୍ରେକ୍ଷୀରେ ଚଷମା ସମସ୍ୟାକୁ ଦୃଷ୍ଟିରେ ରଖି ଉପଯୁକ୍ତ ରୋଗୀକୁ ମାଗଣାରେ ଚଷମା ଦିଆଯିବା ପାଇଁ ଘୋଷଣା କରିଥିଲେ । ଶ୍ରୀ ପାଲ ଆଗାମୀ ୩ ବର୍ଷ ପାଇଁ ୧୦ ଲକ୍ଷ ଚଷମା ବଲାଙ୍ଗିର ସମେତ ପଶ୍ଚିମ ଓଡିଶାର ଅନ୍ୟ ଜିଲ୍ଲାମାନଙ୍କୁ ବିତରଣ କରିବା କାର୍ଯ୍ୟକ୍ରମକୁ ପ୍ରକାଶ କରିଥିଲେ । ବଲାଙ୍ଗିର ବିକାଶ ସ୍ରୋତ ମୁଖ୍ୟତଃ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଶାକର୍ମୀ, ଏସ୍‌.ଏଚ୍‌.ଜି. କର୍ମୀ ଓ ଅଙ୍ଗନୱାଡି କର୍ମୀମାନଙ୍କ ତୃଣମୂଳ ପ୍ରଚେଷ୍ଠା ଓ କାର୍ଯ୍ୟକୁ ପ୍ରଶଂସା କରି ଶ୍ରୀ ପାଲ ଆଗାମୀ ଦିନରେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ଦେଇଥିବା ଆହ୍ୱାନକୁ ଅଂଶଗ୍ରହଣକାରୀମାନେ ସହମତି ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ୫୦ ହଜାର ଚଷମା ଶ୍ରୀ ପାଲଙ୍କ ଉଦ୍ୟମ କ୍ରମେ ସୁଦୁର ଆମେରିକାରୁ ଅଣାଯାଇ ପାରିଥିବାରୁ ଶ୍ରୀ ପାଲଙ୍କ ସମୟୋପଯୋଗୀ ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଥିଲେ । ସୁପ୍ରିମଟାକ୍ସ ଉପଦେଷ୍ଟା ଡା. ସିଦ୍ଧେଶ୍ୱର ମିଶ୍ର ସଭାପତିତ୍ୱ କରିଥିବା ବେଳେ ପରିଚାଳକ ସତ୍ୟ ସୁନ୍ଦର ଦୀପ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

jay balangir
Leave A Reply

Your email address will not be published.

4 × 5 =