୨ଜଣ ମୋବାଇଲ ଚୋରକୁ କାବୁ କରିବା ସହ ୬ଟି ମୋବାଇଲ ଫୋନ ଜବତ କଲା ସଦର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସଦର ପୋଲିସ ୨ ଜଣ ମୋବାଇଲ ଚୋରକୁ କାବୁ କରିବା ସହ ୬ଟି ମୋବାଇଲ ଫୋନ ଜବତ କରିଛି ବୋଲି ଖବର ମିଳିଛି । ସୂଚନା ଅନୁସାରେ ମୋବଇଲ ଚୋରି ହୋଇଥିବା ନେଇ ଦିବ୍ୟ ଦେବାଶିଷ ଶତପଥୀ, ଶାନ୍ତନୁ ସେଠ ଓ ମୁରଲୀ ପଧାନ ସଦର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ବଲାଙ୍ଗିର ସଦର ପୋଲିସ ତଦନ୍ତ କରି ଚିମିନିଭାଟିପଡାର ପପୁ ଓରଫ ଅଭିରାଜ ଠାକୁର (୨୧) ଓ କୁନ୍ଦୁରୁ ଓରଫ ଶ୍ରିତମ ବରାଡ (୨୦)କୁ ଆଜି ଗିରଫ କରିଥିବା ବେଳେ ତାଙ୍କ ପାଖରୁ ୬ଟି ମୋବାଇଲ ଫୋନ ଜବତ କରିଛି । ଗିରଫ ୨ ଜଣ ଚୋରଙ୍କ ନାମରେ ସଦରଥାନା କେସ ନଂ. ଦଫା ୩୯୨ ଧାରାରେ ଏକ ମାମାଲା ରୁଜୁ ହେବା ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ସଦର ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

6 + 14 =