ଅର୍ଜୁଣ୍ଡା ଛକରୁ ୪ ଜଣ ଲୁଟେରାଙ୍କୁ ଗିରଫ କଲା ପୁଇଁନ୍ତଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ପୋଲିସ ଅର୍ଜୁଣ୍ଡା ଛକରୁ ୪ ଜଣ ଲୁଟେରାରାଙ୍କୁ ଗିରଫ କରିଥିବା ନେଇ ଖବର ମିଳିଛି । ସୂଚନା ଅନୁସାରେ ବହଲପଦର ଗ୍ରାମର ଜଣେ ବ୍ୟକ୍ତିଙ୍କ ଠାରୁ ବହଲପଦର ଛକଠାରେ ମୋଟର ସାଇକେଲ, ମୋବାଇଲ ଫୋନ ଏବଂ ନଗଦ ଟଙ୍କା ଲୁଟପାଟ କରିଥିବା ବେଳେ ଏହାକୁ ନେଇ ପୁଇଁନ୍ତଲା ଥାନାରେ ଅଭିଯୋଗ ହୋଇଥିଲା । ତେବେ ଏହି ଅଭିଯୋଗକୁ ଭିତ୍ତି କରି ପୁଇଁନ୍ତଲା ଥାନା ପୋଲିସ ତଦନ୍ତ କରୁଥିବା ବେଳେ ଲୁଟେରା ମାନେ ଅର୍ଜୁଣ୍ଡା ଛକ ଠାରେ ପୁଣି ଜଣେ ବ୍ୟକ୍ତିଙ୍କ ଠାରୁ ମୋବାଇଲ ଫୋନ ଓ ପଇସା ପତ୍ର ଲୁଟପାଟ କରୁଥିଲେ । ଏହି ସମୟରେ ପୋଲିସ ୪ ଜଣ ଲୁଟେଣାମାନଙ୍କୁ ଗିରଫ କରିଛି । ଗିରଫ ଲୁଟେରାମାନେ ହେଲେ ଗ୍ରାମର ଭୁର୍ସିପାଲି ଗ୍ରାମର ସିତୁ ଓରଫ ଆକାଶ ସ୍ଵାଇଁ, ସିଦ୍ଧାନ୍ତ ଓରଫ ସୁଧିର ସ୍ଵାଇଁ, ଜାମଗାଁ ଗ୍ରାମର ବବୁଲୁ ବେହେରା ଓ ଉମୁରିଆ ଗ୍ରାମର ରୋହିତ ଗୁରାଣ୍ଡି । ଗିରଫ ଲୁଟେଣାମାନଙ୍କ ଠାରୁ ଲୁଟ ଗାଡି ଓ ମୋବାଇଲ ଫୋନ ଜବତ କରି ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

3 × 3 =