ବଲାଙ୍ଗିର ବସଷ୍ଟାଣ୍ଡରୁ ମୋବାଇଲ ଚୋରକୁ କାବୁ କରି ପୋଲିସ ଜିମାରେ ଦେଲେ ଲୋକେ

ବଲାଙ୍ଗିର, (କେପିଏ୍‌ଏସ୍‌) : ବଲାଙ୍ଗିର ବସଷ୍ଟାଣ୍ଡରୁ ମୋବାଇଲ ଚୋରକୁ କାବୁ କରି ପୋଲିସ ଜିମାରେ ଦେଲେ ଲୋକେ ବୋଲି ଖବର ମିଳିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଭୁଲିଆବନ୍ଧର କାଳିଆ ବୁଡେକ(୪୫) ବଲାଙ୍ଗିର ବଷ୍ଟାଣ୍ଡକୁ ଆସି ଶୋଇଥିବା ସମୟରେ କେହି ଜଣେ ତାଙ୍କ ସାମସଙ୍ଗ ମୋବାଇଲ ଫୋନ ଚୋରି କରି ନେଇଥିଲା । ପରେ ସିସିଟିଭି ଫୁଟେଜ ଦେଖିଥିବା ବେଳେ ଆଉ ଥରେ ଚୋରି କରିବାକୁ ଆସିବାରୁ ଚୋରକୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ ସ୍ଥାନୀୟ ଲୋକେ । ତେବେ ଏହାକୁ ନେଇ ଟାଉନ ଥାନା କେସ ନ-୫୬୩ ତା.୨୫.୧୦.୨୦୨୨ ରିଖ ଦଫା-୩୭୯ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଗିରଫ ଚୋର ଜଣକ ହେଉଛି ପୁଇନ୍ତଳା ଥାନା ସିକାବେହେଙ୍ଗା ଗ୍ରାମର ବିଜୟ କୁମାର ନାଏକ(୨୯) । ଗିରଫ ପରେ ଏହି ମୋବାଇଲ ଚୋରକୁ ଅଦାଲତଙ୍କ ସମ୍ମୁଖରେ ହାଜର କରାଯାଇଥିବା ନେଇ ଟାଉନ ଥାନା ଅଧିକାରୀ ଣୀ କେ. ପ୍ରିୟଙ୍କା ରାଉତ ରାୟ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

13 + fourteen =