pakka

ସଡ଼କ ଦୁର୍ଘଟଣାରେ ଗୋପାଳପୁର ବନ୍ଦର ଶ୍ରମିକ ମୃତ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଠାରୁ ଗୋପାଳପୁରକୁ ଯାଇଥିବା ୫୧୬ ନମ୍ବର ଜାତୀୟ ରାଜପଥ କଣମଣା ଛକ ଠାରେ ଏକ ସଡ଼କ ଦୁର୍ଘଟଣାରେ ଗୋପାଳପୁର ବନ୍ଦର ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତ ବ୍ୟକ୍ତି ଗୋପାଳପୁରବନ୍ଦରରେ ଜଣେ ସିକ୍ୟୁରିଟି ଗାର୍ଡ ଭାବେ ନିୟୋଜିତ ହୋଇଥିବା ଦ୍ୟୁତିକୃଷ୍ଣ ଦାଶ୍ (୪୭)ବୋଲି ଜଣାପଡିଛି । ସେ ଭଞ୍ଜନଗର ଅଞ୍ଚଳ ବାସିନ୍ଦା କଣମଣା ଅଞ୍ଚଳରେ ରହନ୍ତି, ଏକ ଭୋଜି ଖାଇ ସ୍ତ୍ରୀ ଓ ଝିଅ ସହ ଘରକୁ ଫେରୁଥିବା ବେଳେ ନିଜ ବାଇକ୍ ସାମନା ଦିଗରେ ଏକ ଭାରବାହୀ ଟ୍ରକ ବେକ୍‌ କରି ଧକ୍କା ଦେବା ଫଳରେ ନିରୀହ ଲୋକଟିର ହଠାତ ପ୍ରାଣ ଚାଲିଗଲା ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ କୁହାଯାଏ । ଶବକୁ ଛତ୍ରପୁର ଉପଖଣ୍ଡ ହସ୍ପିଟାଲରେ ବ୍ୟବଚ୍ଛେଦ ପାଇଁ ଅଣାଯାଇଛି ବୋଲି ଜଣାପଡିଛି ।

jay balangir
Leave A Reply

Your email address will not be published.

4 × five =