pakka

କନ୍ଦାଜୁରୀ ଗ୍ରାମରେ ଆଇନ ସଚେତନତା ଶିବିର

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ କନ୍ଦାଜୁରୀ ଗ୍ରାମରେ ତାଲୁକ ଆଇନ ସେବା କମିଟି, ଲୋଇସିଂହା ତରଫରୁ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଲୋଇସିଂହା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ଆଇନ ସେବା କମିଟି ଅଧ୍ୟକ୍ଷା ସୁଶ୍ରୀ ସ୍ୱଜଳି ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିବୁଲ ମହାକୁର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଉପାନ୍ତ ଅଂଚଳର ଅସହାୟ ତଥା ଗରିବ ଲୋକଙ୍କୁ ମାଗଣାରେ କିପରି ଆଇନ ସହାୟତା ଯୋଗାଇ ଦିଆଯାଇ ପାରିବ, ସେ ନେଇ ଅଧ୍ୟକ୍ଷା ସୁଶ୍ରୀ ମହାନ୍ତି ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ପ୍ରଶାନ୍ତ ବେହେରା, ରାଜକିଶୋର ମିଶ୍ର, ଶଶାଙ୍କ ଶେଖର ଭୋଇ, ପ୍ରବୀଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

fifteen + eighteen =