pakka

ଉପଖଣ୍ଡ ସ୍ତରୀୟ ହଳଦିଆ ତେଲି ସମାଜ ପକ୍ଷରୁ ଦାବୀପତ୍ର ପ୍ରଦାନ

bbehera

ପାଟଣାଗଡ଼, (ଗୋରଖନାଥ ବରିହା) : ଉପଖଣ୍ଡ ସ୍ତରୀୟ ହଳଦିଆ ତେଲି ସମାଜ, ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ହଳଦିଆ ତେଲି ଜାତିକୁ ଅନ୍ୟାନ୍ୟ ପଛୁଆ ବର୍ଗ ଓ ସାମାଜିକ, ଶିକ୍ଷା ତଥା ଆର୍ଥିକ ଅନଗ୍ରସର ଶ୍ରେଣୀ ଭୁକ୍ତ କରିବା ପାଇଁ ଉପଜିଲ୍ଲାପାଳ, ପାଟଣାଗଡ଼ଙ୍କ ଜରିଆରେ ଓଡିଶା ଅନଗ୍ରସର ଶ୍ରେଣୀ କମିଶନଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ର ପ୍ରଦାନ ସମୟରେ ସଂଗଠନର ସଭାପତି ରାଜ କୁମାର ସାହୁ, ସମ୍ପାଦକ ବୀର ସାହୁ, ସହସମ୍ପାଦକ ବନମାଳୀ ସାହୁ, ଉପଦେଷ୍ଟା କମିଟିର ସଦସ୍ୟ ମୋହନ ସାହୁ, ଗଣମାଧ୍ୟମ ସଂଯୋଜକ ଗୋପୀନାଥ ସାହୁ, ଲଳିତ ସାହୁ ଆଦି ଉପସ୍ଥିତ ଥିଲେ ।

Leave A Reply

Your email address will not be published.

one × two =