pakka

ବାଇକ ଦୁର୍ଘଟଣାରେ ୩ ଗୁରୁତର

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା କନ୍ଦାଜୁରୀଠାରେ ବାଇକ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ ଆହତମାନେ ହେଲେ ବଲାଙ୍ଗିର ଜିଲ୍ଲା ବନ୍ଧପଡା ଥାନା ଅଧିନ ସତୀଘାଟ ଗ୍ରାମର ତେଜରାଜ ବରିହା, ଚିଙ୍ଗାରୁ ପଧାନ ଓ ଜଗନ୍ନାଥ ପଧାନ । ତିନି ବାଇକ ଆରୋହି ଅତି ଦ୍ରୁତଗତିରେ ଆସୁଥିବା ବେଳେ ରାସ୍ତାକଡ଼ ଖୁଣ୍ଟରେ ପିଟି ହେବା ଯୋଗୁଁ ଛିଟିକି ପଡ଼ିଥିଲେ । ସ୍ଥାନୀୟ ଅଗ୍ନିଶମ ବାହିନୀ ଖବର ପାଇ ଆହତମାନଙ୍କୁ ଲୋଇସିଂହା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି ।

Leave A Reply

Your email address will not be published.

nine − 4 =