om academy

ବ୍ରାହ୍ମଣୀ ଗ୍ରାମରେ ଦାଦନ ଶ୍ରମିକ ସଚେତନତା ଶିବିର

jsm

ପାଟଣାଗଡ, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ୍‌ର ବ୍ରାହ୍ମଣୀ ଗ୍ରାମରେ ଖପ୍ରାଖୋଲ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଦାଦନ ଶ୍ରମିକମାନଙ୍କ ସଚେତନତା ପାଇଁ ଗୋଟିଏ ଶିବିର ଆୟୋଜିତ ହୋଇଯାଇଛି । ଉକ୍ତ ସଭାରେ ବ୍ଲକ୍ ପ୍ରାଣୀ ସମ୍ପଦ ଅଧିକାରୀ ଡ଼ ସୁଜିତ କୁମାର ଶତପଥୀ ଅଧ୍ୟକ୍ଷତା କରି ଦାଦନ ଶ୍ରମିକମାନଙ୍କୁ ସରକାରୀ ଯୋଜନା, ଶ୍ରମ ଆଇନ୍, ମାନବାଧିକାର ନିୟମାବଳି, ସ୍ଵେଚ୍ଛାକୃତ ପଞ୍ଜିକରଣ ତଥା ଶ୍ରମ କାର୍ଡ ତିଆରି, ନବୀକରଣ ତଥା ଜବ୍ କାର୍ଡ ତିଆରି, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଇତ୍ୟାଦି ସମ୍ପର୍କରେ ସଚେତନ କରିଥିଲେ ଏବଂ ସରକାରଙ୍କ ଯୋଜନା ଗୁଡ଼ିକୁ ନିଜ ନିଜ ଭିଟା ମାଟିରେ ରହି ତାର ଲାଭ ଉଠାଇ ସଫଳ ରୂପାୟନ କରିବାକୁ ମାନସିକ ସ୍ତରରେ ପ୍ରସ୍ତୁତ କରାଇଥିଲେ । ଦାଦନ ଖଟିବାକୁ ବାହାର ରାଜ୍ୟକୁ ନ ଯାଇ ନିଜ ଗ୍ରାମରେ ରହି ଗ୍ରାମର ତଥା ନିଜ ନିଜର ଆର୍ଥିକ ଉନ୍ନତି କରିବା ଦିଗରେ ସମାଜସେବୀ ଡ଼ ଶତପଥୀ ସୂଚନା ଓ ପରାମର୍ଶ ପ୍ରଦାନ କରିଥିଲେ । ଉକ୍ତ ଶିବିରରେ ସମ୍ମାନିତ ଅତିଥି ଭାବରେ ଭାନପୁର୍ ସରପଞ୍ଚଙ୍କ ପ୍ରତିନିଧି ଡିଲେଶ୍ୱର୍ ଜାଲ, ଭାନପୁର ପ୍ରାଣୀଧନ ନିରୀକ୍ଷକ ରୋଜାଲିନ ମିଶ୍ର, ତେଲେନପାଲି ପ୍ରାଣୀଧନ ନିରୀକ୍ଷକ ଝରଣାମୟୀ ଗଡତ୍ୟା, ପ୍ରାଣୀ ଚିକିତ୍ସା ସହାୟକ ଏବଂ କବି ସତ୍ୟାନନ୍ଦ ଭୋଇ ତଥା ବ୍ରାହ୍ମଣୀ ଗ୍ରାମର ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ, ସ୍ଵଂୟ ସହାୟକ ଗୋଷ୍ଠୀର ସଭ୍ୟା, ୱାର୍ଡ ମେମ୍ବର ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ସରପଞ୍ଚଙ୍କ ପ୍ରତିନିଧି ଶ୍ରୀ ଜାଲ ସମସ୍ତ ଗ୍ରାମବାସୀଙ୍କ ସହଯୋଗ କ୍ରମେ ତାଙ୍କ ପାଣ୍ଠିରୁ ଏବଂ ଗ୍ରାମ ପଞ୍ଚାୟତ ତରଫରୁ ଆଗାମୀ ଦିନରେ ବ୍ରାହ୍ମଣୀ ଗ୍ରାମର ସର୍ବାଙ୍ଗୀନ ଉନ୍ନତି ସକାଶେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇ ସରକାରଙ୍କ ଉନ୍ନତି ମୂଳକ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଭାନପୁର ଗ୍ରାମ ପଞ୍ଚାୟତକୁ ଦାଦନ ମୁକ୍ତ କରିବାରେ ସେ ପ୍ରଶାସନକୁ ସହଯୋଗ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦୃଢୋକ୍ତି ପ୍ରକାଶ କରିଥିଲେ । ଉକ୍ତ ଦାଦନ ସଚେତନତା ଶିବିରରେ କବି ଦାଦନ ସମ୍ବନ୍ଧୀୟ କବିତା ପାଠ କରି ଦାଦନ ଶ୍ରମିକ ତଥା ଗ୍ରାମବାସୀଙ୍କ ମନରେ ନୂତନ ସମ୍ଭାବନାର ଆଶା ସଂଚାର କଲେ । ବ୍ରାହ୍ମଣୀ ଗ୍ରାମର ଯୁବ ସମାଜସେବୀ ବିଶ୍ୱଜିତ ପ୍ରଧାନ ଶିବିରକୁ ପରିଚାଳନା କରିଥିଲେ ଓ ଦାଦନ ପ୍ରଥାର ମୂଳୋତ୍ପାଟନ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.