om academy

ଲଖମରା ସରସ୍ଵତୀ ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ ଅନୁଷ୍ଠିତ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଲଖମରା ସରସ୍ୱତୀ ଶିଶୁ ମନ୍ଦିରଠାରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାରମ୍ଭଠାରୁ ଅଷ୍ଟମ ଶ୍ରେଣୀର ଭାଇ ଭଉଣୀଙ୍କ ଅଭିଭାବିକା ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଲଖମରା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ କେଶବ ଚନ୍ଦ୍ର ବାରିକ ଦୀପ ପ୍ରଜ୍ଜ୍ୱଳନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଜନାର୍ଦ୍ଦନ ସାହା ସ୍ୱାଗତ ପରିଚୟ ପ୍ରଦାନ କରିଥିଲେ ଓ ବାଟିକା ପ୍ରମୁଖ ଶ୍ରୀମତୀ ପିଙ୍କି ବେହେରା ମାଆ ମାନଙ୍କ ଭୂମିକା ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ । ଏଥିରେ ପରିଚାଳନା କମିଟିର ସଭାପତି କେଶବ ସାହୁ ଅଭିଭାଷଣ ପ୍ରଦାନ କରିଥିଲେ । ପରିଚାଳନା କମିଟିର ସମସ୍ତ ସଦସ୍ୟ ଯୋଗଦାନ କରିଥିଲେ । ସମସ୍ତ ଗୁରୁଜୀ, ଗୁରୁମା, ସେବକ, ସେବିକା, ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave A Reply

Your email address will not be published.