ନକଲି ଔଷଧ ମାମଲାରେ ଦୁଇ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲା ପ୍ରଶାସନ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ନକଲି ଔଷଧ ମାମଲାରେ ଦୁଇ ଜଣଙ୍କ ଲାଇସେନ୍ସ ପଦ ରଦ୍ଧ ହୋଇଥିବା ଜଣାପଡିଛି । ନକଲି ମେଡିସିନ୍ ଘଟଣାରେ କଟକ ପୁରୀଘାଟ ଥାନାରେ ଏତଲା ଦିଆଯିବା ପରେ ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଦୁଇ ଡିଷ୍ଟ୍ରିବ୍ୟୁଟର ଭି.ଆର୍ ଏଜେନ୍ସି ଓ ପୂଜା ଏଣ୍ଟରପ୍ରାଇଜେସ୍‌ର ସଦସ୍ୟ ପଦ ରଦ୍ଧ କରି ଦିଆଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହା ସହିତ ସେମାନଙ୍କ ବିରୋଧରେ ଆଇନ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଂଘ ପକ୍ଷରୁ ଦାବୀ କରାଯାଇଛି । କଟକ ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ପକ୍ଷରୁ ଏହି ଦୁଇ ଡିଷ୍ଟ୍ରିବ୍ୟୁଟରଙ୍କ ସଦସ୍ୟ ପଦ ରଦ୍ଧ କରାଯାଇଛି ବୋଲି ଜଣାଯାଇଛି ।

Leave A Reply

Your email address will not be published.

fourteen − 7 =