ଭାରତୀ ବିଦ୍ୟାପୀଠରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସ୍ଥିତ ଭାରତୀ ବିଦ୍ୟାପୀଠରେ ଆଜାଦୀ କା ଅମୃତ ମହୋତ୍ସବ ଆଜି ପାଳିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଏସ. ରାଜଲକ୍ଷ୍ମୀ ରେଡ୍ଡୀଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଇଓ ଭାଗିରଥି ବେହେରା ଯୋଗଦେଇ କାର୍ୟ୍ୟକ୍ରମର ଉଦଘାଟନ କରିଥିଲେ । ସେ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଏହି ମହୋତ୍ସବ ପାଳନ କରିବା ସମ୍ପର୍କରେ କହିବା ସହ ଦେଶର ଇତିହାସକୁ ଆଲୋଚନା କରିଥିଲେ । ସ୍କୁଲ ପରିଚାଳନା କମିଟି ସଭାପତି ଲିଙ୍ଗରାଜ ଆଚାର୍ଯ୍ୟ, ଏବିଇଓ ବିଜୟ ଚନ୍ଦ୍ର ବେହେରା, ପୁଇଁତୋଳା ସିଆରସିସି ମହେଶ କୁମାର ବେହେରା, ହୁମ୍ମା ସିଆରସିସି ଦାମୋଦର ପଣ୍ଡା, ଶିକ୍ଷକ ରବୀନ୍ଦ୍ର କୁମାର ସେଠୀ ପ୍ରମୁଖ ମଞ୍ଚାସୀନ ରହିଥିଲେ । ସ୍କୁଲ ଖେଳ ପ୍ରଶିକ୍ଷକ ତଥା ବିଶିଷ୍ଟ କଳାକାର ପ୍ରୀତି ରଞ୍ଜନ ପ୍ରଧାନ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ସ୍କୁଲ ଛାତ୍ରମାନଙ୍କ ଦ୍ୱାରା ପୂର୍ବରୁ କରାଯାଇଥିବା ମହାପୁରୁଷ ମାନଙ୍କ ପ୍ରତିକୃତି ସହ ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନ ସମୟର ଦୃଶ୍ୟ ଅଙ୍କିତ ରହିଥିବା ଚିତ୍ର ବା ସୁନ୍ଦର ଆଲବମ କରିଥିବା କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସୁନିତା ମହାକୁଡ, ସୂର୍ଯ୍ୟ ନାରାୟଣ ଦାଶ, ରଶ୍ମିତା ସିଂ, ମନୋଜ ବେହେରା ମାଝୀ, ରାଜେସ ଦିସ୍ତି, ସ୍ନେହଲତା ସେଠୀ, ସୁବାସିନୀ ଜାନି, ସୁନିଲ କୁମାର ବେହେରା, ମନୋଜ କୁମାର ସାହୁ, ହରିହର ବାରିକ, ପ୍ରକାଶ ପଣ୍ଡା, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅନ୍ୟ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.

two × two =

error: Content is protected !!