ବିଜେପି ପକ୍ଷରୁ କରୋନା ସଚେତନତା, ଶୁଖିଲା ଖାଦ୍ୟ ଓ ମାକ୍ସ ବଣ୍ଟନ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ବିଭିନ୍ନ ଗ୍ରାମମାନଙ୍କରେ ପ୍ରତିଦିନ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ପଜିଟିଭ ରିପୋର୍ଟ ଆସୁଛି । ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ କାରଣରୁ ଅନେକଙ୍କ ଜୀବନ ମଧ୍ୟ ହାନି ହେଉଛି । ଜନସାଧାରଣଙ୍କ ମନରେ ସଚେତନତା ସୃଷ୍ଟି କରିବା ପାଇଁ ବିଜେପି ପକ୍ଷରୁ ପ୍ରୟାସ କରାଯାଇଛି । ମୋଦୀ ସରକାରଙ୍କ ସାତ ବର୍ଷ ପୂର୍ତ୍ତି ଅବସରରେ ଆଜି କଣ୍ଟାମାଳ ବ୍ଲକର ବିଳାସପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ଓମପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ କରୋନା ସଚେତନତା, ମାସ୍କ ଏବଂ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିବା ଜଣାପଡିଛି । ଏଥିସହିତ କରୋନାକୁ ପ୍ରତିହତ କରିବା ପାଇଁ କୌଣସି କାମରେ ଘରୁ ବାହାରିଲେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ସର୍ବଦା ସାବୁନରେ ହାତ ଧୋଇବାକୁ ବୁଝାଇଥିଲେ । ଅତି ଜରୁରି ନହେଲେ ଘରୁ ନବାହାରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ଏହି ସଚେତନତା କାର୍ୟ୍ୟକ୍ରମରେ ରାଜ୍ୟ ବିଜେପି ସଂଯୋଜକ ନାରାୟଣ କର୍ମୀ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.

seven + twelve =