ବିଜେପି ବରଗଡ କୃଷକ ମୋର୍ଚ୍ଚା ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମୋଦି ସରକାରଙ୍କ ୭ ବର୍ଷର ସୁଶାସନ ପୂର୍ତ୍ତି ଉପଲକ୍ଷେ ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ତରଫରରୁ ସେବା ହିଁ ସଂଗଠନ ଜରିଆରେ ଆଜି ବିଜେପୁର ନିର୍ବାଚନ ମଣ୍ଡଳୀର ଲାଉମୁଣ୍ଡା ମଣ୍ଡଳର ଯୁଖିପାଲି ଗାଁରେ ଆଜି ମାସ୍କ ଓ ସାବୁନ ଗ୍ରାମବାସୀଙ୍କୁ ବଣ୍ଟନ କରାଯାଇଥିଲା । ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତଥା ଯୁବନେତା ଶ୍ରୀକାନ୍ତ ମିଶ୍ର, ଲାଉମୁଣ୍ଡା ମଣ୍ଡଳ ସଭାପତି ରଞ୍ଜିତ ମେହେର, ଉପ ସଭାପତି ଭୋଜରାଜ ସାହୁ ପ୍ରମୁଖ ଉପସ୍ଥିତ ରହି ସଚେତନତା କାର୍ଯ୍ୟକ୍ରମ ସଫଳ କରିଥିଲେ ।

Leave A Reply

Your email address will not be published.

two − two =